ବ୍ରହ୍ମପୁରରେ ଇଦ୍ ଉଲ୍ ଫିତର୍ ପାଳିତ
ବ୍ରହ୍ମପୁର, (ୱାଇଏନ୍ଏସ୍): ଚାରିଆଫେ ମୁସଲମାନ ସଂପ୍ପ୍ରଦାୟର ସବୁଠାରୁ ବଡ଼ ପର୍ବ ପବିତ୍ର ଇଦ୍ ଉଲ୍ ଫିତର୍ ପର୍ବ ପାଳିତ ହେଉଥିବା ବେଳେ ବ୍ରହ୍ମପୁରରେ ବି ଏହି ପବିତ୍ର ଇଦ୍ ଉଲ୍ ଫିତର୍ ପାଳିତ ହୋଇଯାଇଛି । ମୁସଲ୍ମାନ ସମ୍ପ୍ରଦାୟ ତରଫରୁ ଏକମାସ ଧରି ରମ୍ଜାନ୍ ପାଳନ ପରେ ଏପରି ଇଦ୍ ଉଲ୍ ଫିତର ପାଳନ କରାଯାଇଥିଲା । ଏକମାସ ଧରି ମାନସିକ ପୁରଣ ନିମନ୍ତେ ମୁସଲ୍ମାନ ଭାଇ ଭଉଣୀମାନେ ଏପରି ଇଦ୍ ପାଳନ କରିଥିଲେ । କରୋନା କଟକଣା ଯୋଗୁଁ ସମସ୍ତ ମୁସଲ୍ମାନ୍ ଇଦ୍ ଉଲ୍ ଫିତରକୁ ନିରାଡ଼ମ୍ବରଭାବେ ପାଳନ କରିଛନ୍ତି । ତେବେ ଘରେ ଘରେ ପର୍ବକୁ ଉତ୍ସାହର ସହ ପାଳନ କରାଯାଇଛି ।


