ପୋଖରୀରେ ଗାଧୋଇଲେ ସୁରଟ ଫେରନ୍ତା ରାସ୍ତା ଓ ପୋଖରୀ ସାନିଟାଇଜ କରିବାକୁ ଦାବୀ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ ବସ୍‌ କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ସମ୍ବେପଦର ଗ୍ରାମ ନିକଟସ୍ଥ ସମ୍ବେପାଦର ଘାଇଠାରେ ସକାଳ ପ୍ରାୟ ୭ଟାରେ ଅଟକିଥିଲା। ଗାଡିରେ ଥିବା ବ୍ୟକ୍ତିମାନେ ରାସ୍ତା କଡ଼ରେ ସ୍ନାନ ଶୌଚ ଆଦି କରିଥିଲେ। ପରେ ନିକଟସ୍ଥ ପୋଖରୀରେ ମଧ୍ୟ ଧୋଇ ହୋଇଥିଲେ। ଏହାକୁ ଦେଖି ଗ୍ରାମବାସୀମାନେ କରୋନା ସଂକ୍ରମଣ ଆଶଙ୍କାରେ ଭୟଭୀତ ହୋଇପଡିଛନ୍ତି। କାରଣ ସେହି ରାସ୍ତାରେ ରାତି ପାହିଲେ ଗଁ। ଲୋକେ ଚଳପ୍ରଚଳ କରନ୍ତି। ପ୍ରଶାସନ ଏଭଳି ଘଟଣାକୁ ଦୃଷ୍ଟି ଦେବା ସହିତ ପ୍ରବାସୀ ଓଡ଼ିଆ ମାନେ ସ୍ନାନ ଶୌଚ ପାଇଁ ଯେପରି ଜନଗହଳି ସ୍ଥାନରେ ନ ରହିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେମାନେ ବ୍ୟବହାର କରିଥିବା ସ୍ଥାନ ଓ ପୋଖରିରେ ବିଶୋଧନ ସିଞ୍ଚନ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ