ଦେଶୀ ମଦଭାଟି ଉପରେ ପୋଲିସର ଚଢ଼ାଉ ; ୧୩ଜଣ ଗିରଫ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ପକ୍ଷରୁ ଆଜି ସହରର ମରାଠୀ ସାହିରେ ଥିବା ଏକ ଦେଶୀ ମଦଭାଟି ଉପରେ ଚଢ଼ାଉ କରାଯାଇଛି। ଘଟଣା ସ୍ଥଳରୁ ୧୩ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୨୦୦ ଲିଟର ଦେଶୀ ମହୁଲି ଓ ୪୦୦୦ ପୋଚ ନଷ୍ଟ କରାଯାଇଛି। ଏ ନେଇ ଭଞ୍ଜନଗର ଥାନାରେ କେସ ନମ୍ବର ୨୪୪- ୫୬/୨୦ ରେ ପୃଥକ ପୃଥକ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ।


