ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନ୍ତେବାସୀ ପାଳିଲେ ଇଦପର୍ବ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଭାଗବତପୁର ପଂଚାୟତର ବାଲିଆ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ହୋଇଥିବା କୋଭିଡ -୧୯ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପିତ ହୋଇଛି । ସେହି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ୧୦୩ ମୁସଲମାନ ସଂପ୍ରଦାୟର ଅନ୍ତେବାସୀମାନେ ପବିତ୍ର ଇଦ ଉଲ ଫିତର ଅବସରରେ ନମାଜ ପାଠ କରିଥିଲେ । ସେହି ଅନ୍ତେବାସୀ ମୁସଲମାନ ସଂପ୍ରଦାୟର ଭାଇମାନଙ୍କୁ ଇଦ ଉଲ ଫିତର ଉପଲକ୍ଷେ ଭାଗବତପୁର ପଂଚାୟତ ସରପଂଚ ଧରଣୀଧର ଦାସ, ବିଡିଓ ସୁଧିର କୁମାର ସିଂ, ସମାଜସେବୀ ପ୍ରମୋଦ କୁମାର ସାହୁ, ଖଗେଶ୍ୱର ସ୍ୱାଇଁ ଓ ଜୟନ୍ତ ସେଠୀ ପ୍ରମୁଖ ସରକାରଙ୍କ ସାମାଜିକ ଦ୍ୱରତା ରକ୍ଷାକରି ଇଦ ମୁବାରକ ଜଣାଇଥିଲେ ।


