ଶରୀରର ବିଷକୁ ପାଦ ବାଟ ଦେଇ ବାହାର କରାଯାଇପାରିବ

ଆମ ଶରୀରରେ ରହିଥିବା ଅନେକଗୁଡିଏ ରୋଗର ସମାଧାନ ପାଦରେ ରହିଛି ବୋଲି ଆପଣ ଜାଣନ୍ତି କି? ପାଦ ବାଟ ଦେଇ ନାନା ଧରଣର ରୋଗକୁ ଶରୀରକୁ ବାହାର କରାଯାଇପାରିବ । କଳକାରଖାନା, ଧୂମପାନ, ଜଙ୍କଫୁଡ ଭକ୍ଷଣ ଦ୍ୱାରା ଶରୀରରେ ଯେଉଁ ସବୁ ମଳଦା ଜମିଥାଏ ତାହା ଦ୍ୱାରା କିଡନୀ, ଲିଭର ଆଦି ଅନେକ ରୋଗ ହୋଇଥାଏ । ମାତ୍ର ଏବେ ଏହି ସବୁ ରୋଗକୁ ଚୁଟ୍କିରେ ନିଜ ଶରୀରରୁ କାଢ଼ି ହେବ, ତାହା ପୁଣି ନିଜ ପାଦ ବାଟ ଦେଇ । ଖାଲି ସେତିକି ନୁହେଁ ପାଦରୁ ଯେଉଁ ବିଷ ସବୁ ବାହାରିଯିବ ତାହା ଫଳରେ ବ୍ୟକ୍ତି ଅପେକ୍ଷାକୃତ ଫୂର୍ତ୍ତି ହେବା ସହ ସତେଜ ଅନୁଭବ କରିବେ ।
ୟୁଟ୍ୟୁବ୍ରେ ଏନେଇ ଏକ ଭିଡିଓ ହୋଇଛି । ଭିଡିଓଟିରେ ଶରୀରର ମଳଦାକୁ କିପରି ଭାବେ ପାଦ ବାଟ ଦେଇ ବାହାର କରାଯାଉଛି ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଏଥିପାଇଁ ଯେଉଁ ମେସିନ ବ୍ୟବହାର କରାଯାଉଛି ତାହା ନାମ ହେଉଛି ଡେଟକ୍ସ ଫୁଟ୍ ସୋକ୍ । ଏହି ମେସିନ ଇଲେକ୍ଟ୍ରିରେ ଚାଲେ । ଏକ ପାତ୍ରରେ କିଛି ପାଣି ନିଆଯାଉଛି । ସେହି ପାଣି ଭିତରେ ଡେଟକ୍ସ ଫୁଟ୍ ସୋକ୍ ମେସିନକୁ ରଖାଯାଉଛି । ସେଥିରେ ଗୋଡକୁ ବୁଡାଇବା ଫଳରେ ଅଧଘଣ୍ଟା ମଧ୍ୟରେ ଧଳା ପାଣି ପୂରା କଳା ହୋଇଯାଉଛି । ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ଯେ ଶରୀରର ବିଭିନ୍ନ ଆଡୁ ଅନାବଶ୍ୟକ ମଳଦାକୁ ଆଣି ପାଦ ପଟରେ ବାହାର କରିବା ପାଇଁ ଏହି ମେସିନ୍ ଖୁବ୍ ଉପକାରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ