ପ୍ରବାସୀ ଓଡ଼ିଆଙ୍କ ବସ ସହ ଟ୍ରକ ମୁହାଁମୁହିଁ ଧକ୍କା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଵାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ମୁଣ୍ଡିଗଡ଼ ନିକଟରେ ପ୍ରବାସୀ ଓଡ଼ିଆ ଙ୍କୁ ନେଇ ଆସୁଥିବା ଏକ ଘରୋଇ ବସ ସହ ଟ୍ରକର ମୁହାଁ ମୁହିଁ ଦୁର୍ଘଟଣା ଗ୍ରସ୍ତ ହୋଇଛି l ପ୍ରକାଶ ଯେ, ଗୋଆ ଅଞ୍ଚଳରେ କାମ କରୁଥିବା ଓଡ଼ିଆ ପ୍ରବାସୀ ଶ୍ରମିକ ମାନେ ଟ୍ରେନ ଯୋଗେ ଗୋଆ ରୁ ଭବାନୀପାଟଣା ରେଳ ଷ୍ଟେସନରେ ଓହ୍ଲାଇ ପୁଣି ଭବାନୀପାଟଣା ରୁ ଗଞ୍ଜାମ ଅଭିମୁଖେ ୪୭ ଶ୍ରମିକ କୁ ନେଇ ଆସୁଥିବା ଏକ ଘରୋଇ ବସ ଭିଏସ ଏଣ୍ଡ ଭିଏସ.ନଂ.ଓଡି.୦୭.ଡି. ୨୦୭୭ସହ ଏକ ଟ୍ରକ ଏପି.୩୯.ଟିଜି.୭୧୮୯ ର ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ରେ ୧୦ ଜଣ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି l ଖବର ପାଇ ତୁମୁଡିବନ୍ଧ ପୋଲିସ ଘଟଣା ସ୍ଥଳରେ ପହଂଚି ସମସ୍ତ ଆହତ ପ୍ରବାସୀ ମାନଙ୍କୁ ପ୍ରଥମେ ତୁମୁଡିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇ ଫୁଲବାଣୀ ଓ ପରେ ବ୍ରହ୍ମପୁର ମେଡିକାଲକୁ ପଠାଇଛନ୍ତି l ଅନ୍ୟ ଯାତ୍ରୀ ମାନଙ୍କୁ ତୁମୁଡିବନ୍ଧ ପୋଲିସ ପକ୍ଷରୁ ଅନ୍ୟ ଏକ ବସ ଯୋଗେ ଗଞ୍ଜାମ ଅଞ୍ଚଳକୁ ପଠାଯାଇଥିବା ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ