ଏସ୍‌ଏମ୍‌ଆଇଟି ତରଫରୁ ନବଜୀବନ ବାଳାଶ୍ରମରେ ବସ୍ତ୍ର ବଣ୍ଟନ

ବ୍ରହ୍ମପୁର, (ୱାଇଏନ୍‌ଏସ୍‌): ବ୍ରହ୍ମପୁର ସ୍ଥିତ ସଞ୍ଜୟ ସ୍ମାରକୀ ବୈଷୟିକ ଶିକ୍ଷାନୁଷ୍ଠାନ (ଏସ୍‌ଏମ୍‌ଆଇଟି) ତରଫରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଇ ମାସ ୨୭ ତାରିଖ ବୁଧବାର ଦିନ କନିଷିସ୍ଥିତ ନବଜୀବନ ବାଳାଶ୍ରମର ଅନ୍ତେବାସୀଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ସଭାପତି ତଥା ଗଞ୍ଜାମ ଜିଲ୍ଲା ବିଜେଡ଼ି ଉପସଭାପତି ଡ. ଭଗବାନ ଗନ୍ତାୟତ ବାଳାଶ୍ରମର କର୍ମଚାରୀଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ତେବାସୀମାନଙ୍କୁ ବସ୍ତ୍ର ବଣ୍ଟନ କରିଥିଲେ । ଏସ୍‌ଏମ୍‌ଆଇଟି ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ରିଚାଳିକା ଏସ୍‌. ଉିନତି ରାଓ, ଜାମୁଲା ଶଙ୍କର ନାରାୟଣ, ଇଂ. ଶାନ୍ତନୁ ପାତ୍ର, ପ୍ରଶାନ୍ତ ଚୌଧୁରୀ ପ୍ରମୁଖ ଯୋଗଦାନ କରିଥିଲେ । ସାଧାରଣରେ ଏସ୍‌ଏମ୍‌ଆଇଟିର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ