ଆଦାନୀ ଫାଉଣ୍ଡେସେନ ପକ୍ଷରୁ ନୂତନ ବିଦ୍ୟାଳୟ ଗୃହର ଶୁଭ ଉନ୍ମୋଚନ

ରାଜ୍ୟ ଶିକ୍ଷାମନ୍ତ୍ରୀ ପ୍ରଫେସର ସି.ରବିନ୍ଦ୍ର ନାଥ ଏବଂ ରାଜ୍ୟ ବନ୍ଦର ମନ୍ତ୍ରୀ ଉପସ୍ଥିତିରେ ଆଦାନୀ ଫାଉଣ୍ଡେସେନ ଦ୍ୱାରା ନୂଆ କରି ନିର୍ମାଣ କରାଯାଇଥିବା ମୁଲର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହର ଶୁଭ ଉନ୍ନୋଚନ କରାଯାଇଛି । ବର୍ଷେ ଆଗରୁ ବିଦ୍ୟାଳୟ କର୍ତୁପକ୍ଷ, ଜିଲ୍ଲା ପ୍ରଶାସନ ତଥା ଆଦନୀ ଫାଉଣ୍ଡେସେନ ଏକାଠି ହୋଇ ବିଦ୍ୟାଳୟର ପୂର୍ବ ଗୌରବକୁ ଫେରାଇ ଆଣିବାର ଆଲୋଚନା କରିଥିଲେ । ଆଦନୀ ଫାଉଣ୍ଡେସେନ ବିଦ୍ୟାଳୟର ନୂତନ ଗୃହ ନିର୍ମାଣ କରି ଶିକ୍ଷାର୍ଥୀଙ୍କୁ ଓ ଉତମ ମାନର ଶିକ୍ଷା ପହଂଚାଇବାକୁ ଚେଷ୍ଟା କରିଥାଏ ,ଯଦ୍ୱାରା ବର୍ତମାନ ବିଦ୍ୟାଳୟରେ ୧୬୮ ଜଣ ଶିକ୍ଷର୍ଥୀ ସ୍ଥାନ ପାଇଛନ୍ତି ।
ଏହି ଅବସରରେ ଡ. ପ୍ରୀତି ଅଦାନୀ ଅଧ୍ୟକ୍ଷ, ଆଦନୀ ଫାଉଣ୍ଡେସେନ ସୁଚନା ଦେଇ କହିଛନ୍ତି ଯେ, “ଆଦନୀ ଫାଉଣ୍ଡେସେନ ବିଶ୍ୱାସ କରେ ଯେ, ଶିକ୍ଷା ହେଉଛି ଗୁଣ ଏବଂ ଗାରମାର ପରିଚୟ । ଆମେ ଏପରି ଏକ ପରିବେଷ ସୃଷ୍ଟି କରିବା ଯାହା ଆମ ପିଲାମାନଙ୍କୁ ଭବିଷ୍ୟତରେ ଏକ ଉତମ ସମାଜ ଗଠନ କରିବାରେ ସହାୟତ ହେବ ।” ଆଦାନୀ ବିଦ୍ୟାଳୟ ଗୁଡିକ ନିଜର ସୁକ୍ଷ୍ମ ଶିକ୍ଷା ପଦ୍ଧତି ଦ୍ୱାରା ଶିକ୍ଷାର୍ଥୀ ଙ୍କୁ ନିଜର ଉଜ୍ଜଳ ଭବିଷ୍ୟତ ପାଇଁ ପ୍ରତିଟି ଅହ୍ୱାନକୁ ସଫଳ ସହିତ ଗ୍ରହଣ କରିବା ପାଇଁ ପ୍ରସ୍ତୁତି କରାଯାଇଥାଏ । ଆଦନୀ ବିଦ୍ୟାନ୍ଦିର ଅହମ୍ମଦାବାଦ (ଗୁଜୁରାଟ), ଭଦ୍ରେଶ୍ୱର(ଗୁଜୁରାଟ) ଏବଂ ସୁରଗୁଜା(ଛତିଶଗଡ) ସ୍ୱଳ୍ପ ରୋଜଗାର ଥିବା ପରିବାରର ୨୧୦୦ ପିଲାମାନଙ୍କୁ ଦେୟମୁକ୍ତ ଶିକ୍ଷା ଯୋଗଉଛି , ଏବଂ ଏହି ବିଦ୍ୟାଳୟ ମାନଙ୍କରେ ସୁଦୃଢ ମୁଳଦୁଆ ସହିତ ଉଚ୍ଚ ଯୋଗ୍ୟତା ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ମଧ୍ୟ ଅଛନ୍ତି । ଆଦନୀ ପବ୍ଲିକ ସ୍କୁଲ ମୁନ୍ଦ୍ରା(ଗୁଜୁରାଟ), ଆଦାନୀ ବିଦ୍ୟାଳୟ ଇନ ତିରୋରା(ମହାରାଷ୍ଟ୍ର), କୱାଇ(ରାଜସ୍ଥାନ), ଆଦାନୀ ଡିଏଭି ପବ୍ଲିକ ସ୍କୁଲ ଧାମରା(ଓଡ଼ିଶା) ନଭ୍ଚେତନ ବିଦ୍ୟାଳୟ ହାଜିରା (ଗୁଜୁରାଟ) ଆର୍ଥିକ ସାହାର୍ଯ୍ୟ ଦ୍ୱାରା ଉତମ ଶିକ୍ଷା ପ୍ରଦାନ କରୁଛନ୍ତି । ଆଦାନୀ ବିଦ୍ୟାମନ୍ଦିର ଅହମ୍ମଦାବାଦ କ୍ୱାଲିଟି କାଉନ୍ସିଲ ଅଫ ଇଣ୍ଡିଆ, ଦ୍ୱାରା ଦେଓ ମୁକ୍ତ ଶିକ୍ଷା ପାଇଁ ନାବେଟ ଆକ୍ରେଡିଟେସନ ପ୍ରାପ୍ତ କରିଛି । ଆଦନୀ ଫାଉଣ୍ଡେସେନ ମଧ୍ୟ ନୂତନ ଶିକ୍ଷ ପ୍ରୋଗ୍ରାମ ଜ୍ଞନୋଦୟ ସ୍ମାର୍ଟ କ୍ଲାସ ଯାହାକି ଝାଡଖଣ୍ଡରେ ଗୋଦା ଜିଲ୍ଲାରେ ଥିବା ୧୫୭ ଟି ଗ୍ରାମାଂଚଳ ବିଦ୍ୟାଳୟରେ ଶିକ୍ଷା ପଦ୍ଧତିରେ ଉନ୍ନତି ଆଣିପାରିଛି , ଏବଂ ବର୍ଷକ ମଧ୍ୟରେ ଏହି ଜିଲ୍ଲାଟି ୯ମ ଶ୍ରେଣୀ ପରିକ୍ଷା ଫଳରେ ଟପ୍ ୫ ମଧ୍ୟରେ ସ୍ଥାନ ପାଇପାରିଛି । ଏହା ଛଡା ଆଦାନୀ ଫାଉଣ୍ଡେସେନ ଦେଶରେ ୬୦୦ ସରକାରୀ ବିଦ୍ୟାଳୟରେ ଏକ ଲକ୍ଷ୍ୟ ପିଲାଙ୍କୁ ଉଚ୍ଚ ମାନର ଶିକ୍ଷା ଯୋଗାଉଛି । ସୂଚନାଯୋଗ୍ୟ,ଆଦାନୀ ଫାଉଣ୍ଡେସନ୍ ୧୯୯୬ରେ ଗୁଜରାଟରେ ସ୍ଥାପିତ ହୋଇଥିଲା । ଏହା ଦେଶର ୧୮ ରାଜ୍ୟର ୨୨୫୦ ଗ୍ରାମ ଓ ସହରରେ କାର୍ଯ୍ୟକାରୀ ହେଉଛି । ଏହା ଦେଶର ୩.୨ ନିୟୁତ ପରିବାରଙ୍କୁ ଆବଶ୍ୟକ ସହାୟତା ଉପଲବ୍ଧ କରାଇପାରିଛି ।


