ବଜେଟରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ବିକାଶକୁ ସମାନ ଗୁରୁତ୍ୱ : ପୁନୀତ ଡାଲମିଆ

ଏହା ଅତ୍ୟନ୍ତ ଆଶ୍ୱସ୍ତିର ବିଷୟ ଯେ, ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରାମନ ନିଜର ବଜେଟ ଭାଷଣରେ ଭାରତର ଉଦ୍ୟୋଗପତିମାନଙ୍କୁ ଦେଶର ସମ୍ପତି ଏବଂ ନିଯୁକ୍ତି ସୃଷ୍ଟିକାରୀର ମାନ୍ୟତା ଦେଇଛନ୍ତି । ଚଳିତ ବଜେଟ ହୃଦୟରୁ ନିର୍ମିତ ଏଥିରେ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ବିକାଶକୁ ସମାନ ଗୁରୁତ୍ୱ ଦିଆଯାଇଛି । ଏଥି ସହିତ ଦେଶରେ ପୁଞ୍ଜି ବିନିଯୋଗ ତଥା ପରିବେଶ ସହିତ ବନ୍ଧୁତ୍ୱ ରକ୍ଷା କରି ଆଗକୁ ବଢିବା ପାଇଁ ପଥ ପ୍ରଦର୍ଶନ କରାଯାଇଛି । ୨୦୨୫ ସୁଦ୍ଧା ଦେଶକୁ ୫ ନିୟୁତ ଡଲାର ଅର୍ଥନୀତି ଆଣିବାକୁ ହେଲେ ନିର୍ମାଣ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଏ ଦିଗରେ ୧୦୦ ଲକ୍ଷ କୋଟି ବିନିଯୋଗ ଏକ ସଠିକ ପଦକ୍ଷେପ । ଜାତୀୟ ରାଜପଥ ନିର୍ମାଣ ଉପରେ ଦିଆଯାଇଥିବା ଗୁରୁତ୍ୱ ଏକ ବଡ଼ ପଦକ୍ଷେପ ଏବଂ ଏହା ନିର୍ମାଣ, ଗମାଗମନ ତଥା ମାଲ ପରିବହନ ପାଇଁ ବିଶେଷ ଲାଭପ୍ରଦ ହେବ । କିନ୍ତୁ ଚଳିତ ବଜେଟର ସବୁଠୁ ପ୍ରଶଂସନୀୟ ବିଷୟ ହେଉଛି ପରିବେଶ ପ୍ରତି ଦର୍ଶାଯାଇଥିବା ସମ୍ବେଦନଶୀଳତା । ଅର୍ଥନୈତିକ ପ୍ରଗତି ପଥରେ ପରିବେଶକୁ ଦୃଷ୍ଟିରେ ରଖି ନିଆଯାଇଥିବା ପଦକ୍ଷେପ ଉଚ୍ଚ ପ୍ରଶଂସନୀୟ । ବିଦ୍ୟୁତ ବିକଳ୍ପ ଭାବରେ ସୌର ଶକ୍ତିକୁ ଦିଆଯାଇଥିବା ମହତ୍ୱ ଏବଂ ଜଳ ହିଁ ଜୀବନକୁ ସାରତ୍ତତତ୍ୱ କରି ଯୋଜନା କରାଯାଇଥିବା ପଦକ୍ଷେପ ଦେଶର ଭବିଷ୍ୟତ ନିର୍ମାଣରେ ବେଶ୍ ସହାୟକ ହେବ ।  ଦେଶ ନିର୍ମାଣରେ ମହିଳାଙ୍କୁ ଦିଆଯାଇଥିବା ଗୁରୁତ୍ୱ ହୃଦୟସ୍ପର୍ଶୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ