ଚୀନ୍ – ଭାରତ ସୀମା ବିବାଦ : ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରସ୍ତାବ

କେନ୍ୟୁଜ : ଭାରତ – ଚୀନ ସୀମା ବିବାଦର ସମାଧାନ ପାଇଁ ଟ୍ରମ୍ପ ମଧ୍ୟସ୍ଥତା କରିବା ଲାଗି ପ୍ରସ୍ତାବ ଦେଇଛନ୍ତି। ଜମ୍ମୁ-କାଶ୍ମୀର ବିବାଦର ସମାଧାନ ପାଇଁ ପୂର୍ବରୁ ଏକାଧିକ ପ୍ରସ୍ତାବ ଦେଇସାରିଥିବା ଡୋନାଲ୍‌ଡ୍‌ ଟ୍ରମ୍ପ ଏବେ ନୂଆଦିଲ୍ଲୀ-ବେଜିଂ ମଧ୍ୟରେ ମଧ୍ୟସ୍ଥତା ପ୍ରସ୍ତାବ ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ସୀମା ବିବାଦର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ଆଉ ସକ୍ଷମ ବୋଲି ଟ୍ଵିଟ୍‌ କରିଛନ୍ତି ଟ୍ରମ୍ପ। ଲଦାଖରେ ଚୀନ୍‌ ଓ ଭାରତୀୟ ସେନା ମୁହାଁମୁହିଁ ସ୍ଥିତିରେ ରହିଥିବା ବେଳେ ହ୍ଵାଇଟ୍‌ ହାଉସ୍‌ରୁ ଏଭଳି ପ୍ରସ୍ତାବ ଆସିଛି। ତେବେ ଟ୍ରମ୍ପଙ୍କ ପ୍ରସ୍ତାବ ପୂର୍ବରୁ ଲଦାଖ ସ୍ଥିତିକୁ ନେଇ ଟିପ୍ପଣୀ ରଖିଛି ଚୀନ୍‌। ଏଲଏସିରେ ଭାରତର ଶକ୍ତି ପ୍ରଦର୍ଶନ ପରେ ସ୍ୱର ବଦଳାଇଛି ବେଜିଂ। ଚୀନ୍‌ ବୈଦେଶିକ ବିଭାଗ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି, ଏଲଏସିରେ ସ୍ଥିର ଆଉ ନିୟନ୍ତ୍ରଣାଧୀନ ରହିଛି ସ୍ଥିତି । ଆଲୋଚନା ପାଇଁ ଦୁଇ ଦେଶ ମଧ୍ୟରେ ଉପଯୁକ୍ତ ଯୋଗାଯୋଗ ମାଧ୍ୟମ ରହିଛି। ଦୁଇ ଦେଶର ସହମତିରେ ହୋଇଥିବା ରାଜିନାମା ଅନୁସାରେ ସମସ୍ୟାର ସମାଧାନ କରାଯାଉଛି। ଦେଶର ଅଖଣ୍ଡତା, ସୁରକ୍ଷା ଏବଂ ସୀମାରେ ଶାନ୍ତି ବଜାୟ ରଖିବାକୁ ଚୀନ୍‌ ବଦ୍ଧ ପରିକର। ଲଦାଖରେ ଦୁଇ ଦେଶର ସେନା ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଗତକାଲି ଯୁଦ୍ଧ ପାଇଁ ପ୍ରସ୍ତୁତ କରିବାକୁ ଚୀନ୍‌ ସେନାକୁ କହିଥିଲେ ରାଷ୍ଟ୍ରପତି ସି ଜିନପିଙ୍ଗ। ଏପଟେ ଜାତୀୟ ସୁରକ୍ଷା ପରାମର୍ଶଦତାତା ଓ ଚିଫ୍‌ ଅଫ ଡିଫେନ୍‌ସ୍‌ ଷ୍ଟାଫ୍‌ ଜେନେରାଲ ବିପିନ୍‌ ରାଓ୍ଵତଙ୍କ ସହ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ