ନିଜ ଜିଲ୍ଲାରେ ସିବିଏସଇ ପରୀକ୍ଷାଦେବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଲକଡାଉନ ସମୟରେ ଯେଉଁ ଛାତ୍ରଛାତ୍ରୀମାନେ ନିଜ ରାଜ୍ୟ ବା ଜିଲ୍ଲାକୁ ଯାଇଥିଲେ ସେମାନଙ୍କୁ ନିଜ ଜିଲ୍ଲାରେ ହିଁ ସିବିଏସଇ ପରୀକ୍ଷାରେ ବସିବାକୁ ସୁଯୋଗ ଦିଆଯିବ । ଏ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସଙ୍କେତ ଦେଇଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି ଯେ ଲକଡାଉନ ଲାଗୁ ହେବା ପରେ ଯେଉଁ ଛାତ୍ରଛାତ୍ରୀମାନେ ନିଜ ନିଜ ରାଜ୍ୟ ବା ଜିଲ୍ଲାକୁ ଫେରିଯାଇଛନ୍ତି ସେମାନଙ୍କୁ ନିଜ ଜିଲ୍ଲା ବା ବର୍ତ୍ତମାନ ସେମାନେ ରହୁଥିବା ସ୍ଥାନରେ ପରୀକ୍ଷାରେ ବସିବାକୁ ସୁଯୋଗ ଦିଆଯିବ । ଜୁନ ପ୍ରଥମ ସପ୍ତାହରେ ସେମାନଙ୍କୁ ଜଣାଇଦିଆଯିବ ଯେ ସେମାନେ ନିକଟତମ କେଉଁ ସ୍କୁଲରେ ପରୀକ୍ଷାରେ ବସିପାରିବେ । କରୋନା ବ୍ୟାପିବା ପରେ ଗତ ମାର୍ଚ୍ଚ ୧୫ରୁ ଦେଶରେ ସବୁ ସ୍କୁଲ କଲେଜକୁ ବନ୍ଦ ରଖାଯାଇଛି । ଦେଶରେ ଲକଡାଉନ ଲାଗୁ ହେବା ପରେ ଅନ୍ୟ ସ୍ଥାନରେ ରହିଥିବା ଛାତ୍ରଛାତ୍ରୀମାନେ ନିଜ ନିଜ ରାଜ୍ୟ ଓ ଜିଲ୍ଲାକୁ ଫେରିଯାଇଛନ୍ତି । ଜୁଲାଇ ମାସରେ ସରକାର ପର୍ଯ୍ୟାୟକ୍ରମେ କେତେକ ସର୍ତ୍ତ ସହ ସ୍କୁଲ ଖୋଲିବାକୁ ଅନୁମତି ଦେବା ପାଇଁ ବିଚାର କରୁଛନ୍ତି । ତେବେ ଏ ସଂପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ