ଭାଲୁ ଆକ୍ରମଣରେ ମହିଳା ଗୁରୁତର
ବାଲେଶ୍ଵର, (ସରୋଜ ପଣ୍ଡା):ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ମଛୁଆ ଅଂଚଳରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ମଛୁଆ ଗ୍ରାମର ଉମେଶ ସଂଖୁଆଙ୍କ ସ୍ତ୍ରୀ ସୁଶିଳା ( ୩୪) କିଛି ଗ୍ରାମବାସୀଙ୍କ ସହ ପାଖ ସ୍ଵର୍ଣଚୁଡ଼ ସଂରକ୍ଷିତ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିଲେ।ଲଟାମୂଳେ ଥିବା ଭାଲୁ ମହିଳାଙ୍କୁ ଆକ୍ରମଣ କରିଥିଲା। ଜୀବନ ବିକଳରେ ଡାକ ପକାଇବାରୁ ପାଖରେ ଥିବା କିଛି ଗ୍ରାମବାସୀ ଦଉଡି ଯିବାରୁ ଭାଲୁଟି ଛାଡି ପଳାଇଥିଲା। ତାଙ୍କୁ ଗୁରୁତର ଭାବେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ହାତ, ଗୋଡ଼, ଜଙ୍ଘରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି।


