ବାଲିମାଫିଆର ବନ୍ଧୁକ ଦେଖାଇ ଆତଙ୍କ, ରାଜକାର୍ତ୍ତିକଢ଼ି ଗ୍ରାମରେ ଉତ୍ତେଜନା, ଥାନାରେ ଏତଲା
ଗଞ୍ଜାମ, (ଓ୍ୱାଇଏନ୍ଏସ୍): ଗଞ୍ଜମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର କାର୍ତ୍ତିକଢ଼ି ଗ୍ରାମରେ ଜେଲଫେରାନ୍ତ ବାଲିମାଫିଆ ସନ୍ତୋଷ ରେଡି ବନ୍ଧୁକ ଦେଖାଇ ପୁଣି ଆତଙ୍କ ସୃଷ୍ଟି କରିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ବେଳେ ଉତେଜନା ପ୍ରକାଶପାଇଛି । ଆତଙ୍କକାରୀକୁ ଗିରିଫ ଦାବିରେ ରମ୍ଭା ଥାନାରେ ଏତଲା ଦିଆଯିବା ସହ ଗ୍ରାମରେ ଏକ ବୈଠକ କରି ତୁରନ୍ତ ଗିରଫ କରାନଗଲେ ରାଜରାସ୍ତାକୁ ଲୋକମାନେ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । କାର୍ତ୍ତିକଢ଼ି ଗ୍ରାମର ବାସିନ୍ଦା ତଥା ବାଲିମାଫିଆ ସନ୍ତୋଷରେଡି ଗତ ଫେବ୍ରୁଆରୀ ମାସ ଆଠ ତାରିଖରେ ଗିରିଫ ହୋଇ ଜେଲ ଯାଇଥିଲା କଲେଜ ଛାତ୍ରୀକୁ ଆକ୍ରମଣ ଓ ଗ୍ରାମରେ ଆତଙ୍କ ରାଜ ସୃଷ୍ଟି କରିବା ଅଭିଯୋଗ ରେ । ମେ ମାସ ଆଠ ତାରିଖରେ ଜାମିନ ରେ ଆସିବା ପରେ ଗତକାଲି ମଙ୍ଗଳବାର ଅପରାହ୍ନ ପ୍ରାୟ ତିନିଘଣ୍ଟ ସମୟରେ ଭାଇ ଓ ସହଯୋଗୀଙ୍କ ସହ କାର୍ତିକଢ଼ି ଗ୍ରାମକୁ ଆସି ବନ୍ଧୁକ ଦେଖାଇ ଆତଙ୍କରାଜ ଚଳାଇବା ସହ ଜୀବନରେ ମାରିଦେବାକୁ ଧମକଦେଇଥିଲା ପ୍ରତିବାଦ ସ୍ବରୂପ ଗ୍ରାମବାସୀ ଏକାଠି ହୋଇ ଠେଙ୍ଗାବାଡ଼ି ହାତରେ ଧରି ରାଜ୍ୟରାଜପଥ ଅବରୋଧ କରିଥିଲେ । ପରେ ରମ୍ଭାଥାନାରେ ସନ୍ତୋଷ ଓ ତାର ସହଯୋଗୀ ନାମରେ ଏତଲା ଦେଇଥିଲେ । ଘଟଣାଘଟିବାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ସନ୍ତୋଷ କୁ ଗିରିଫ କରାଯାଇନଥିବାରୁ ଗ୍ରାମରେ ଉଦବେଗ ପ୍ରକାଶ ପାଇଛି । ଯାହାକୁ ନେଇ ଗ୍ରାମବାସୀ ମାନଙ୍କୁ ନେଇ ଗ୍ରାମ୍ୟକମିଟି ସଭାପତି ଏସ.ରାମଚନ୍ଦ୍ରରେଡ଼ିଙ୍କ ସଭାପତିତ୍ବ ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସରପଞ୍ଚ ନିରଞ୍ଜନ ରେଡି, ସମ୍ପଦକ ଡି. ଶତ୍ରୁଘ୍ନନ ରେଡି, ଡି.ସହଦେଵ ରେଡି, କେ.ଡିଲୁ ରେଡି ,ବି.ରାମସ୍ୱାମୀ ରେଡି, କେ. ଶ୍ରୀରାମୁଲୁ ରେଡି ,ଡି.ବିଜୟ ରେଡି, କେଶବ ପ୍ରଧାନ, ଶିବପ୍ରସାଦ ବେହେରା, ଗୋପାଳ ବେହେରା ପ୍ରମୁଖ ଉପସ୍ଥିତ ରହି ସନ୍ତୋଷ କୁ ଗିରିଫ କରାନଗଲେ ଜିଲ୍ଲାପାଳ, ଏସ.ପି ଙ୍କୁ ଭେଟିବା ସହ ରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ।


