ସାଇବର ଠକେଇର ସୁରକ୍ଷା ପାଇଁ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ବିଭିନ୍ନ ସ୍ଥାନରେ ବଢି ଚାଲୁଥିବା ସାଇବର ଠକେଇ ଯୋଗୁଁ ସାଧାରଣ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବା ସହ ଠକାମିର ଶିକାର ହେଉଛନ୍ତି । ଏହି ଠକାମିରୁ ବଞ୍ଚିବା ପାଇଁ ଲୋକମାନେ କିପରି ଅଧିକ ସଚେତନ ହେବେ ସେଥିପାଇଁ ପାରଳାଖେମୁଣ୍ଡି ଠାରେ ଗଜପତି ପୋଲିସ ପକ୍ଷରୁ ଅଭିନବ ଉପାୟରେ ପଥପ୍ରାନ୍ତ ନାଟକ ଦ୍ୱାରା ଲୋକଙ୍କୁ ସଚେତନ କରାଯାଇଛି । ପୋଲିସ ଦ୍ୱାରା ଏପରି ସଚେତନ କାର୍ଯ୍ୟକ୍ରମ ଲୋକମାନଙ୍କ ପାଇଁ ସହାୟକ ହେବ ବୋଲି ଗଜପତି ଏସପି ସାରା ଶର୍ମା କହିଛନ୍ତି । ଏଥର ମଧ୍ୟ ପଥପ୍ରାନ୍ତ ଅଭିନୟ ମାଧ୍ୟମରେ ଲୋକମାନଙ୍କୁ ସାଇବର କ୍ରାଇମ୍ ବିଷୟରେ ସଚେତନ କରାଯାଇଛି । ଏହି କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ରାଜନହର ସମ୍ମୁଖରେ ଅନୁଷ୍ଠିତ ହୋଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ବୋଲି ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ