ପ୍ରେମରେ ବୁଡ଼ିରହିଥିଲେ ମୁସୋଲିନ୍

ଫାସୀବାଦ ଦ୍ୱାରା ଇଟାଲୀରେ ଏକଛତ୍ରବାଦ ପ୍ରତିଷ୍ଠା କରିଥିବା ବେନିଟୋ ମୁସୋଲିନ୍ଙ୍କ ଜୀବନର କ୍ଳାନ୍ତ ମୁହୂର୍ତ୍ତରେ କ୍ଲାରା ଆଣିଥିଲେ ପ୍ରେମ । ପରେ ମୁସୋଲିନ୍ଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଉଠିଥିଲା । ଯୁଦ୍ଧର ଘନଘଟା ଭିତରେ ନିରାପଦରେ ରହିବା ପାଇଁ ପତ୍ନୀ ରାଚେଟା ରୋମ୍ ଚାଲିଗଲେ । ହେଲେ ସେଇ ଦୁର୍ଦ୍ଦିନରେ ମୁସୋଲିନ୍ଙ୍କୁ ଛାଡ଼ିଗଲେ ନାହିଁ କ୍ଲାରା । ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପୂର୍ବରୁ ମୁସୋଲିନ୍ଙ୍କୁ ବନ୍ଦୀ କରାଗଲା । ଜୀବନରେ ନିଜର କୃତକର୍ମ ପାଇଁ ଅନୁତାପ କରୁଥିବା ସମୟରେ ତାଙ୍କ ପାଖରେ କ୍ଲାରା ହିଁ ଥିଲେ । ମୁସୋଲିନ୍ଙ୍କୁ ଯେତେବେଳେ ଫାୟାରିଂ ସ୍କ୍ୱାର୍ଡ଼ ଆଗରେ ଛିଡ଼ା କରାଇ ଦିଆଗଲା, କ୍ଲାରା ବି ପାଖରେ ରହିଥିଲେ । ବାରମ୍ୱାର ନିର୍ଦ୍ଦେଶ ସତ୍ତେ୍ୱ କ୍ଲାରା ନିଜ ବାହୁ ବନ୍ଧନରୁ ମୁସୋଲିନ୍ଙ୍କୁ ଛାଡ଼ିଲେ ନାହିଁ । ଶେଷରେ ଦୁଇ ଜଣଙ୍କୁ ହିଁ ଗୁଳି ମାରି ହତ୍ୟା କରାଗଲା । ଆଲିଙ୍ଗନବଦ୍ଧ ପ୍ରେମୀଯୁଗଳଙ୍କ ରକ୍ତାକ୍ତ ଦେହ ମାଟିରେ ଲୋଟିପଡ଼ିଲା । ସେମାନଙ୍କ ପ୍ରେମକୁ ଛଡ଼ାଇ ନେଇ ପାରିଲାନି ମୃତ୍ୟୁ । କାଳଜୟୀ ହୋଇଗଲା ମୁସାଲିନ୍ ଓ କ୍ଲାରାଙ୍କ ପ୍ରେମ କାହାଣୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ