ଚପଲକୁ ଡର!
ମଣିଷମାନେ ଭୂତ-ପ୍ରେତ, ଚୋର, ଡାକୁ, ପଶୁକୁ ଡରିବାର ଆପଣ ଶୁଣିଥିବେ । ହେଲେ ଚପଲକୁ କେହି ଭୟ କରୁଥିବାର କଥା ଶୁଣିଲେ ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟ ଲାଗିବ । ମାତ୍ର ଏହା ସତ । ବିଟ୍ରେନ୍ର ବାପ-ପୁଅ ଏକ ଅଜବ ରୋଗରେ ପୀଡ଼ିତ ଅଛନ୍ତି । ଉଭୟଙ୍କୁ ଚପଲ ପିନ୍ଧିବା ପାଇଁ ଡର ଲାଗୁଛି । ଏହାଛଡ଼ା ସେମାନେ ଅଧିକ ବାଟ ଚାଲିଲେ ଖୁବ୍ କଷ୍ଟ ଅନୁଭବ ହୋଇଥାଏ । ପ୍ରକୃତ କଥା ହେଉଛି ଏହା ପାକିଓନିକିଆ କନ୍ଗେନିଟା ନାମକ ଏକ ରୋଗର ଲକ୍ଷଣ । ସମଗ୍ର ଦୁନିଆରେ ପ୍ରାୟ ୬୦୦ ଜଣଙ୍କୁ ଏହି ରୋଗରେ ପୀଡ଼ିତ ହେବାର ଦେଖାଯାଇଥାଏ । ଏତେ କଷ୍ଟ ମଧ୍ୟରେ ବି ଦୁଇ ଜଣ ନିଜ ଜୀବନକୁ ମନଭରି ଉପଭୋଗ କରୁଛନ୍ତି ।


