ଡକାୟତି ଯୋଜନା ଫଣ୍ଡ,୫ ଗିରଫ

ସୋରଡ଼ା , (ଯୁଗାବ୍ଦ ନ୍ୟୁଜ) ଗତକାଲି ବିଳମ୍ବିତ ରାତିରେ ସୋରଡ଼ା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ୮ ଜଣ ଯୁବକ ଡକାୟତି କରିବା ପାଇଁ ଏକତ୍ରିତ ହୋଇଥିବା ବିଶେଷ ସୂତ୍ରରୁ ଖବର ପାଇ ଗ୍ଦସ.ସୁନୀଲ କାଣ୍ଡଗୋରି ଓ ପୋଲିସ କର୍ମଚାରୀ ସୋରଡ଼ା ଥାନା ଲାଠିପଡା ହାଇସ୍କୁଲ ପଡିଆ ଠାରେ ପହଂଚି ଥିଲେ।ପୋଲିସ କୁ ଦେଖି ତିନି ଜଣ ଯୁବକ ବାଇକ ଧରି ଚମ୍ପଟ ମାରିଥିଲେ।ପୋଲିସ ଗୋଡ଼ାଇ ୫ ଜଣ ଡକାୟତକୁ ଧରିବାରେ ସକ୍ଷମ ହୋଇଛି।ଘଟଣା ସ୍ଥଳରୁ ଦୁଇଟି ଜୀବନ୍ତ ବୋମା,ଦୁଇଟି ଭୁଜାଲି,ଗୋଟିଏ ଦେଶୀ ପିସ୍ତଲ,ଦୁଇଟି ଲୁହା ରଡ଼, ଗୋଟିଏ ହେଲମେଟ,ଖାଲି ମଦ ବୋତଲ ଜବତ କରିଛି।ପୋଲିସ ପଚରାଉଚରା କରିବାରୁ ସେମାନେ ଡକାୟତି କରିବା ସ୍ୱୀକାର କରିଥିଲେ।ଅଭିଯୁକ୍ତ ମାନେ ହେଲେ ଆଠଗଡପଟଣା ଅଂଚଳର ଅକ୍ଷୟ ନାୟକ,ବଡ ଆଗୁଲ ର ତନୁଯା ସ୍ୱାଇଁ,କବିସୂର‌୍ୟ୍ୟନଗର ର ଅଳିଆ ନାୟକ,ଗୁଣ୍ଠପଡା ର ଅଜିତ ସ୍ୱାଇଁ,ବି ଡି ପୁର ଅଂଚଳର ଶତ୍ରୁଘନ ସ୍ୱାଇଁ ବୋଲି ଜଣାପଡିଛି।ସେମାନଙ୍କ ନାମରେ ଗଂଜାମ ଜିଲ୍ଲା ର ବିଭିନ୍ନ ଥାନାରେ ଚୋରି,ଡକାୟତି, ରାହଜନୀ ଭଳି ବହୁ ସଙ୍ଗିନ ମାମଲା ଥିବା ସୋରଡ଼ା ଥାନା ଆଇଆଇସି ପ୍ରଭାତ ସାହୁ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ