ଚନ୍ଦ୍ରଯାନ-୨ର ପ୍ରକ୍ଷେପଣ କରିବାନେଇ ପ୍ରସ୍ତୁତି ଆରମ୍ଭ !

(ଯୁଗାବ୍ଦ ନ୍ୟୁଜ) ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନକୁ ମିଳିଛି ବଡ ସଫଳତା । ଆସନ୍ତା ଜୁଲାଇ ୪ ତାରିଖରେ ଆନ୍ଧ୍ରପ୍ରଦେଶର ଅନ୍ତରୀକ୍ଷ ମହାକାଶ ଗଗବେଶଣା କେନ୍ଦ୍ରରେ ଚନ୍ଦ୍ରଯାନ-୨ର ପ୍ରକ୍ଷେପଣ କରିବାନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଆଜି ଲଞ୍ଚପ୍ୟାଡରେ ଜିଏସଏଲଭି ଏମେକେ-୩ ସ୍ଥାପିତ ହେବା ସୁଚନା ମିଳିଛି । ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ସାଇନ୍ସ ଏଣ୍ଡ୍ ଟକ୍ନୋଲୋଜିର ସପ୍ତମ ସମାବର୍ତ୍ତନ ଉତ୍ସବରେ ଇସ୍ରୋ ଅଧ୍ୟକ୍ଷ ଡାକ୍ତର କେ ଶିବନ୍ ଏନେଇ ସୁଚନ କରିଛନ୍ତି । ସୁଚନାଯୋଗ୍ୟ, ଚନ୍ଦ୍ରଯାନ-୨କୁ ଜୁଲାଇ ୧୫ ରାତି ୨ଟା ୫୧ ମିନିଟରେ ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ ପ୍ରକ୍ଷେପଣ କରାଯିବ। ଏହା ଜିଏସଏଲଭି ଏମ୍କେ-୩ ରକେଟ୍ ସହିତ ମହାକାଶକୁ ଯିବ। ଜୁଲାଇ ୧୩ରେ ପୁଣି ଥରେ ଯାଞ୍ଚ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ