କ୍ୱାରାଣ୍ଟାଇନ ଫେରନ୍ତାଙ୍କୁ ନେଇ ଗ୍ରାମାଞ୍ଚଳ ଲୋକଙ୍କ ମନରେ ଭୟ
ଚିକିଟି (ୱାଇଏନ୍ଏସ୍): ସାରା ବିଶ୍ୱ ରେ କରନା ର ପ୍ରଭାବ ଦିନକୁ ଦିନ ବଢି ଚାଲିଥିବା ବେଳେ ସରକାର ଜନ ସଧାରଣ ଙ୍କୁ କିଭଳି କରନା ଦାଉରୁ ସୁରକ୍ଷା ମିଳିବ ଓ ସେମାନେ କିଭଳି ନିଜର ଜୀବନ ଶୈଳୀ ପରିବର୍ତ୍ତନ କରି ଏହି ମହାମାରୀରୁ ବର୍ତ୍ତି ପାରିବେ ସେ ନେଇ ବିଭିନ୍ନ ପ୍ରକାର ଗଣ ମାଧ୍ୟମରେ ପ୍ରଚାର କରି ସରକାର ସଚେତନତା କରାଉଛନ୍ତି।ଜନ ସାଧାରଣ ମଧ୍ୟ ଏହି ରୋଗକୁ ହରେଇବା ପାଇଁ ବିଭିନ୍ନ ପ୍ରକାର ପ୍ରତିକାର ଆପଣେଇ ଘରେ ରହି ନିଜକୁ ଓ ପରିବାର ଙ୍କୁ ସୁରକ୍ଷିତ ରଖୁଛନ୍ତି।ସଂକ୍ରମିତ ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସବୁଠି ଲକ ଡାଉନ କଟକଣା ର ପ୍ରଭାବ କୋହଳ ହେଲାପରି ସମସ୍ତେ ମଣୁଛନ୍ତି ।ଚଳିତ ମାସ ଠୁ ନିଜ ନିଜ ଗ୍ରାମାଞ୍ଚଳର ସ୍କୁଲ ଗୁଡିକରେ ସ୍ୱତନ୍ତ୍ର ସଙ୍ଘରୋଧର ବ୍ୟବସ୍ତା କରାଯାଇ ପ୍ରବାସୀ ଓଡ଼ିଆ ମାନଙ୍କୁ ନିର୍ଦ୍ଧାରିତ ସମୟ ସୀମା ପର୍ଯ୍ୟନ୍ତ ରଖି ନିଜ ଘରେ କିଛିଦିନ ସଂଘରୋଧ ରେ ରହିବା ପାଇଁ କୁହାଯାଇଛି।ହେଲେ ପ୍ରବାସୀ ଓଡିଆମାନେ ପ୍ରଥମ ନିର୍ଦ୍ଧାରିତ ଅବଧି ସାରିଯିବା ପରେ ଘରେ ନ ରହି ଏଣେ ତେଣେ ବୁଲା ବୁଲି କରୁଥିବା ର ଦେଖି ବାକୁ ମିଳିଛି। ଏହାକୁ ନେଇ ଚିକିଟି ବ୍ଲକ ର ବିଭିନ୍ନ ଗ୍ରାମାଞ୍ଚଳ ଗୁଡିକରେ ଲୋକେ ଭୟଭୀତ ହେଉଛନ୍ତି ଏବଂ ଲୋକଙ୍କ ମନରେ ପ୍ରବାସୀ ଓଡ଼ିଆ ଙ୍କ ପ୍ରତି ବିରୋଧ ଭାବ ଜାତ ହେଉଛି।ଯଦି ଜନସାଧାରଣ ମାନଙ୍କୁ ସଚେତନା କରାନଯାଏ ତା ହେଲେ ଆଗକୁ ଗ୍ରାମାଞ୍ଚଳ ଗୁଡିକରେ ଅସାନ୍ତ ର ବାତାବରଣ ଦେଖା ଦେଇପାରେ ବୋଲି ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ଜୋର ଧରିଛି।।


