ମାଣିତରାରେ ” ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ ” ପ୍ରଶିକ୍ଷଣ ଶିବିର

ବୁଗୁଡା, (ଅନିଲ କୁମାର ମହାରଣା):ମାଣିତରା ଗ୍ରାମ ପଞ୍ଚାୟତ ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ୨୯ ତାରିଖ ଦିନ ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ମିଶନ ଶକ୍ତି ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ” ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ ” ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ବରିଷ୍ଠ ଶିକ୍ଷାବିତ ତଥା ପ୍ରେସ କ୍ଳବ ସାଧାରଣ ସମ୍ପାଦକ ଅନିଲ କୁମାର ମହାରଣା ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସରପଞ୍ଚଙ୍କ ପ୍ରତିନିଧି ବବୁଲ ନାୟକ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ ଏବଂ ସମ୍ମାନୀତ ଅତିଥିଭାବେ ନାଏବ ସରପଞ୍ଚ କାଳୁ ଚରଣ ପ୍ରଧାନ ଓ ସନକ କୁମାର ବିଶ୍ବାଳ ଯୋଗଦେଇଥିଲେ। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସୁପରଭାଇଜର ରଶ୍ମିରେଖା ହାଁସଦ ସଂଯୋଜନା କରିଥିବା ବେଳେ ସାଧନ କର୍ମୀ ଭାବେ ଶିକ୍ଷକ ହରେକୃଷ୍ଣ ପ୍ରଧାନ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରତିମା ସ୍ଵାଇଁ, ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିବା ଅଙ୍ଗନବାଡି କର୍ମୀ,ଆଶା କର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ବିଶେଷ କରି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଘରକୁ ଫେରିବା ପରେ ସେମାନେ କେଉଁ ପ୍ରକାର ସଙ୍ଗରୋଧରେ ରହିବେ ଓ କେଉଁ ପ୍ରକାର ଚଳ ପ୍ରଚଳ କରିବେ ସେହି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ନିଜ ଗୃହରେ ସଙ୍ଗରୋଧରେ ଥିବା ବେଳେ ଯଦି କୌଣସି ବ୍ୟକ୍ତି ବାହାରେ ଚଳ ପ୍ରଚଳ ହୁଅନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ