ଜୀବନ ପାଇଁ ସଂଘର୍ଷରେ ହାରିଲେ ଡାକ୍ତର ଅଧା ବାଟରେ ଚାଲିଗଲା ପ୍ରାଣବାୟୁ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ, ମାଣିତରା ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଡାକ୍ତର ଦିହୁଡ଼ି ସୁରାଟରେ କାମକରି ପରିବାର ପ୍ରତିପୋଷଣ କରୁଥିଲେ। ଡାକ୍ତରଙ୍କ ସହ ତାଙ୍କର ସାନ ଦୁଇ ଭାଇ ସୁଶାନ୍ତ ଓ ବସନ୍ତ ମଧ୍ୟ ସୁରାଟରେ କାମ କରୁଥିଲେ। ବସନ୍ତ ଗଞ୍ଜାମ ଜିଲ୍ଲାକୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ଡାକ୍ତର ଓ ସୁଶାନ୍ତ ଓଡିଶା ଫେରିବା ପାଇଁ ଅପେକ୍ଷାରେ ଥିଲେ। ହେଲେ କୌଣସି କାରଣରୁ ଡାକ୍ତରଙ୍କ ମୁଣ୍ଡ ମସ୍ତିଷ୍କରେ ଫାଟ ସୃଷ୍ଟି ଯୋଗୁଁ ମଇ ୨୦ ତାରିଖରେ ହତାତ୍ ପକ୍ଷଘାତ ରୋଗରେ ଆକ୍ରାନ୍ତ ହୋଇ ପ୍ରଥମେ ସୁରାଟର ସରକାରୀ ମେଡ଼ିକାଲ କଲେଜ ଓ ମଇ ୨୨ ତାରିଖରୁ ସୁରାଟର କିରଣ ହସପିଟାଲକୁ ସ୍ଥାନାନ୍ତର ହୋଇଥିଲେ। କିରଣ ହସପିଟାଲରେ ନେରୋ ସର୍ଜରୀ ଡାକ୍ତର ଭୌମୀକ ଠାକୁରଙ୍କ ଦାୟିତ୍ୱରେ ଚିକିତ୍ସିତ ହେଉଥିବା ବେଳେ ଅପରେସନ ପାଇଁ ୫ ଲକ୍ଷ ଆବଶ୍ୟକ ପଡୁଥିବା ବେଳ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଡାକ୍ତରଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାସହ ସରକାରୀ ସାହାଯ୍ୟରେ ମାଗଣା ଚିକିତ୍ସା ପାଇଁ ଉଦ୍ୟମ କରି ଆୟ ପ୍ରମାଣ ପତ୍ର ପ୍ରଭୃତି ଯୋଗାଡ଼ କରି କାମ ଆଗେଇ ଚାଲିଥିଲା। ସେବାରେ ଅସୁବିଧା ଯୋଗୁଁ ପରିବାର ଲୋକେ ମଇ ୨୮ ତାରିଖ ଅପରାହ୍ନରେ ସୁରାଟର କିରଣ ହସପିଟାଲରୁ ଡାକ୍ତର ଦିହୁଡ଼ିଙ୍କୁ ଭୁବନେଶ୍ୱର କିମିସ୍ ହସପିଟାଲକୁ ଆମ୍ବୁଲାନ୍ସ ଯୋଗେ ଆଣୁ ଥିବା ବେଳେ ମଇ ୨୯ ତାରିଖ ସକାଳ ସାଢେ ୧୦ ଟା ସମୟରେ ମହାରାଷ୍ଟ୍ର ସୀମାରେ ଡାକ୍ତରଙ୍କ ପ୍ରାଣବାୟୁ ଚାଲିଯାଇଥିଲା। ଡାକ୍ତରଙ୍କ ମର ଶରୀର ଆଜି ରାତ୍ର କିମ୍ବା ଆସନ୍ତା କାଲି ସକାଳେ ନିଜ ଗ୍ରାମ ମଙ୍ଗରାଜପୁରରେ ପହଞ୍ଚିବା ଅନୁମାନ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ