ରେସ୍ପଣ୍ଡ ଟ୍ରଷ୍ଟର ବିଶୋଧନ କାର୍ଯ୍ୟକ୍ରମ

ଗାଙ୍ଗପୁର/ବେଲଗୁଣ୍ଠI, (ଶିବରାମ ଚୌଧୁରୀ):ସାରା ବିଶ୍ଵରେ ପ୍ରତ୍ୟେକ ବ୍ୟକ୍ତି ଆଜି କରୋନା ସହ ଲଢ଼ୁଥିବା ବେଳେ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ବଡ଼ ଦୋଡ଼ଙ୍ଗା ଗ୍ରାମର ରେସ୍ପଣ୍ଡ ଟ୍ରଷ୍ଟ କରୋନା ବିରୁଦ୍ଧରେ ଏକ ମହା ଶକ୍ତି ହୋଇ ଛିଡା ହୋଇଛି I ଟ୍ରଷ୍ଟ ତରଫରୁ ମାସ୍କ ସିଲେଇ ଠାରୁ ଆରମ୍ଭ କରି ମାସ୍କ ବଣ୍ଟନ, ଗରିବଙ୍କୁ ଖାଦ୍ୟ କିଟ୍ ବଣ୍ଟନ, ଅଞ୍ଚଳରେ ବିଶୋଧନ କାର୍ଯ୍ୟକ୍ରମ ସହ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀଙ୍କୁ ଭଗବତ୍ ଚେତନା ପ୍ରଦାନ ଭଳି କାର୍ଯ୍ୟକ୍ରମ କରି ଅନୁଷ୍ଠାନ ଆଜି ପ୍ରଶଂସାର ଶୀର୍ଷରେ ପହଞ୍ଚିଛି I ଟ୍ରଷ୍ଟ ତରଫରୁ ଆଜି ଗାଙ୍ଗପୁରରେ ବିଶୋଧନ କାର୍ଯ୍ୟକ୍ରମ କରାଯାଇଥିଲା I ଗାଙ୍ଗପୁର ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର, ଷ୍ଟେଟ୍ ବ୍ୟାଙ୍କ୍ ଅଫ ଇଣ୍ଡିଆ ଶାଖା, ଏଟିଏମ୍ ,ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ଶାଖା, ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ, ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ଏବଂ ଥାନାରେ ବିଶୋଧନ ସିଞ୍ଚନ କଲାପରେ ଟ୍ରଷ୍ଟ ସଦସ୍ୟ ମାନେ ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ବିଶୋଧନ କାର୍ଯ୍ୟକ୍ରମ କରିଥିଲେ I ଏହା ସହ ଗ୍ରାମର ବୁଢି ଠାକୁରାଣୀ ମନ୍ଦିର, ସ୍ଵପ୍ନେଶ୍ଵର ମନ୍ଦିର ଏବଂ ଗ୍ରାମରେ ଥିବା ବିଭିନ୍ନ କୂଅ, ନଳକୂପ ନିକଟ ଅଞ୍ଚଳଗୁଡିକୁ ମଧ୍ୟ ବିଶୋଧନ କରିଥିଲେ I ଆଗାମୀ ଦିନରେ ଗାଙ୍ଗପୁର ପଞ୍ଚାୟତର ବୋରୀ, କୁମୁଣ୍ଡି, ବିଞ୍ଝଗିରି ଏବଂ ଗୋପନଗର ଗ୍ରାମକୁ ମଧ୍ୟ ବିଶୋଧନ କରାଯିବ ବୋଲି ଟ୍ରଷ୍ଟ ଅଧ୍ୟକ୍ଷ ସ୍ୱସ୍ତୀ ସୁନ୍ଦର ସିୟ ପ୍ରକାଶ କରିଛନ୍ତି I ଟ୍ରଷ୍ଟ ଅଧ୍ୟକ୍ଷଙ୍କ ତଦାରଖରେ ଆଜିର ବିଶୋଧନ କାର୍ଯ୍ୟକ୍ରମକୁ ରେସ୍ପଣ୍ଡ ସ୍ଵାସ୍ଥ୍ୟ ବିଭାଗ ମୁଖ୍ୟ ଚନ୍ଦନ ପରିଡ଼ା, ରେସ୍ପଣ୍ଡ ଭଗବତ୍ କଥାମୃତ ମୁଖ୍ୟ ସଂଯୋଜକ ଆଦିତ୍ୟ ପରିଡ଼ା, ରେସ୍ପଣ୍ଡ ବିଶୋଧନ କାର୍ଯ୍ୟକ୍ରମ ସଂଯୋଜକ କାହ୍ନୁ ଚରଣ ପରିଡ଼ା ଏବଂ କୋଭିଡ-19 ମୁଖ୍ୟ ସଂଯୋଜକ ଚିନ୍ମୟ ପୋଲାଇଙ୍କ ସହଯୋଗରେ ପରିଚାଳିତ ହୋଇଥିଲା I ଟ୍ରଷ୍ଟର ଏହିଭଳି ସମାଜ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ସ୍ଵାସ୍ଥ୍ୟକେନ୍ଦ୍ର ଫାର୍ମାସିଷ୍ଟ,, ଷ୍ଟେଟ୍ ବ୍ୟାଙ୍କ୍ ଶାଖା ପରିଚାଳକ,ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ଶାଖା ପରିଚାଳକ, ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ଥାନା ଅଧିକାରୀ ଧୀରେଶ କୁମାର ଦାସ, ଗ୍ରାମ୍ୟ କମିଟି ସଦସ୍ୟ ପ୍ରଫୁଲ୍ଲ ସ୍ଵାଇଁ ଏବଂ ସମସ୍ତ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ