ଅଜିତ୍‌ ଯୋଗୀଙ୍କ ପରଲୋକ

ରାୟପୁର : ଛତିଶଗଡର ପୂର୍ବତନ ତଥା ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀଙ୍କ ୭୪ ବର୍ଷ ବୟସରେ ପରଲୋକ ହୋଇଛି । ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ତାଙ୍କ ପୁତ୍ର ଅମିତ୍‌ ଯୋଗୀ । ୨୦ ଦିନ ଧରି ଅଜିତ୍‌ ଯୋଗୀ ରାୟପୁରର ନାରାୟଣା ହସ୍ପିଟାଲରେରେ ଚିକିତ୍ସାଧୀନ ରହିଥିଲେ । କିଛି ଦିନ ଧରି କୋମାରେ ରହିଥିଲେ ଅଜିତ୍‌ ଯୋଗୀ । ଆଜି ସକାଳୁ ତାଙ୍କୁ ଦୁଇ ଥର ହାର୍ଟ ଆଟାର୍କ ହୋଇଥିବାର ସୂଚନା ରହିଛି । ମେ ୯ ରେ ହୃଦଘାତ ଯୋଗୁଁ ସେ ଭେଣ୍ଟିଲେଟରରେ ଥିଲେ । ଆସନ୍ତାକାଲି ତାଙ୍କ ଜନ୍ମମାଟି ଗୌରେଲାରେ ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ରହିଛି। ଛତିଶଗଡର ପ୍ରଥମ ମୁଖ୍ୟମନ୍ତୀ ଥିଲେ ଅଜିତ୍‌ ଯୋଗୀ । ମଧ୍ୟପ୍ରଦେଶରୁ ଛତିଶଗଡ ବିଭାଜନ ହେବା ପରେ ନଭେମ୍ବର ୨୦୦୦ରୁ ୨୦୦୩ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ଥିଲେ ଅଜିତ୍‌ ଯୋଗୀ । ଯୋଗୀ ୨୦୧୬ ମସିହାରେ କଂଗ୍ରେସ ଛାଡି ନିଜର ଦଳ ଜନତା କଂଗ୍ରେସ ଛତିଶଗଡର ସ୍ଥାପନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ