ଭଂଜସେନାର ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ସର୍ବପୁରାତନ ଅଗ୍ରଣୀ ବୈପ୍ଲବିକ ଯୁବଛାତ୍ର ସାମାଜିକ ଅନୁଷ୍ଠାନ ‘ଭଂଜସେନା’ର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ଉପାଧ୍ୟକ୍ଷ ଅଂଜନ ବରାଳଙ୍କ ସଭାପତିତ୍ୱରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରାକେଶ ସିଂ, ବାରିପଦା ନଗର ସଭାପତି ସୌମେନ୍ଦ୍ର ମିଶ୍ର,ବାମନଘାଟି ଉପଖଣ୍ଡ ସଭାପତି ସୌମିତ ବଳ ଉପସ୍ଥିତ ଥିଲେ । ଓଡ଼ିଶାର ସର୍ବବୃହତ ମୟୂରଭଂଜ ଜିଲ୍ଲା ଖଣିଖାଦାନ ଭରା, ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର,ନଦୀ ନାଳ ଜଙ୍ଗଲ ଘେରା, ସଂସ୍କୃତି ସଂପନ୍ନ ଅଂଚଳ ହେଲେ ସବୁଥାଇ ଏହାକୁ ବିକାଶ ଛୁଇଁ ପାରୁନି । ଶିକ୍ଷା,ପାଣି,ବିଜୁଳି, ଗମନାଗମନ, ସ୍ୱାସ୍ଥ୍ୟ,ଶିଳ୍ପ,ପର୍ଯ୍ୟଟନ ସବୁଥି୍ରେ ଏହା ପଛରେ ପଡ଼ି ଯାଇଛି । ଗରିବି ଓ ବେକାରୀ ଭିତରେ ଜିଲ୍ଲାବାସୀ ସଢ଼ୁଛନ୍ତି। ମୟୂରଭଂଜ ଜିଲ୍ଲାର ସ୍ୱାର୍ଥ କୁ ଲକ୍ଷ କରି ‘ଭଂଜସେନା ‘ ଏକ ବୈପ୍ଳବିକ ଯୁବଛାତ୍ର ସଂଗଠନ ଅତିକମରେ କେତେଜଣ ହାତଗଣତି ସଭ୍ୟଙ୍କ ଦ୍ଵାରା ଗଠନ ହୋଇଥିଲା ।ଆଜି ଏକ ବିଶାଳ ଦୃମରେ ପରିଣତ ହୋଇଛି । ମୟୂରଭଂଜର ସୁଖଦୁଃଖରେ ଆଜି ପର୍ଯ୍ୟନ୍ତ ନିରବର୍ଛିନ୍ନ ଭାବେ ଲଢ଼ି ଆସୁଛି । ଆଜିର ବୈଠକରେ ମୟୂରଭଂଜର ସ୍ୱାର୍ଥ, ବେକାରୀ ସମସ୍ୟା,ଦାଦନ ସମସ୍ୟା,ଶିକ୍ଷା,ସ୍ୱାସ୍ଥ୍ୟ,ଶିଳ୍ପ,ଗମାନଗମନ ସମସ୍ୟା,କୃଷି, ଜଳସେଚନ,ରେଳ ବିକାଶ ନେଇ ଆସିଥିବା ଭଂଜସାଥୀମାନେ ଉପସ୍ଥାପନ କରିବା ସହ ଆଗକୁ ଏହି ସବୁ ସମସ୍ୟାକୁ ନେଇ ରାଜସ୍ୱ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବେ ବୋଲି ମନ୍ତବ୍ୟ ପାଇଥିଲା ।ପରେ ସର୍ବସମ୍ମତିକ୍ରମେ ଭଂଜସେନାର ନୂତନ କଳେବର ମନୋନୀତ କରାଯାଇଥିଲା ଯାହାଙ୍କ ନେତୃତ୍ୱରେ ଆଗକୁ ଦୁର୍ବାର ଆନ୍ଦୋଳନ କରାଯିବ । ଏଥିରେ ଜିଲ୍ଲା ଉପସଭାପତି-ରୁପକ ମହାନ୍ତି, ଜିଲ୍ଲା ସଂପାଦକ-ପ୍ରିତମ ମହାନ୍ତି,ବାମନଘାଟି ଉପସଭାପତିଘ -ଅଂଜନ ମହାନ୍ତ, ସାଧାରଣ ସମ୍ପାଦକ-ରାକେଶ ରୋହନ ସାହୁ, ସଂପାଦକ-ଅଭିଷେକ ଶର୍ମା, ପ୍ରଶାନ୍ତ ମହାକୁଡ଼, ରାଇରଙ୍ଗପୁର ନଗର ସଭାପତି-ରଂଜିତ ବେରା, ଉପସଭାପତି-ବିକାଶ ମୋଦକ, ସାଧାରଣ ସମ୍ପାଦକ-ସ୍ପନ୍ଦନ ଅଭିଷେକ ମହାନ୍ତି ପ୍ରମୁଖ ମନୋନୀତ ହୋଇଥିଲେ । ଉପସ୍ଥିତ ସମସ୍ତ ସଦସ୍ୟ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଯୁବ ନେତୃବୃନ୍ଦ ଯୋଗ ଦେଇଥିଲେ ସେମାନେ ହେଲେ ରୁପକ ମହାନ୍ତି, ଗୌତମ ପାଲ ବାବୁ, ବିକାଶ ମୋଦକ, ଅଂଜନ ମହାନ୍ତ,ଚିକୁନ ସେଠୀ,ରଂଜିତ ବେରା,ସିକୁନ ମହାନ୍ତି,ଅଙ୍କିତ ପାଢିଆ,ରୋହନ ଗୁପ୍ତା,ସଂଜିତ ମହାନ୍ତି,ଆବାନ ପଟ୍ଟନାୟକ,ମୋହିତ ବିଶୋଇ,ବଣ୍ଟି ଶର୍ମା,ଇସଲାମ,ନୟିମ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସମସ୍ତେ ‘କରୋନା’ରେ ଅସହାୟ ଲୋକଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇ ପାଇଁ ଦଳିତ ସଭ୍ୟଙ୍କୁ ନିର୍ଦେଶ ଦିଆଯାଇଛି, ସହମାସ୍କପିନ୍ଧିବା,ସାନିଟାଇଜେସନ ହେବା ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାପାଇଁ କୁହାଯାଇଥିଲା । ଶେଷରେ ଭଂଜସେନା ଏକତା ଜିନ୍ଦାବାଦ କହିଥିଲେ ।


