କୋଦଳା ସବଜର୍ଜଙ୍କ ବିଦାୟ କାଳୀନ ସଭା

କୋଦଳା :(ଗୁଲସନ୍ କୁମାର କର) କୋର୍ଟ ପରିସର ରେ କୋଦଳା ସବଜର୍ଜ ଶ୍ରୀ ସତ୍ୟପ୍ରିୟ ଦାସଙ୍କ ବଦଳି ସକାଶେ ଓକିଲ ସଂଘ ସଭାପତି ଶ୍ରୀ ତାରିଣୀ ଚରଣ ପଟ୍ଟନାୟକ ଙ୍କ ଅଧକ୍ଷତା ରେ ଏକ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସଂଘର ସମ୍ପାଦକ ଶୁଭ୍ରମଣି ଦାସ ଙ୍କ ସମେତ ବହୁ ବରିଷ୍ଟ ଆଇନୀଜୀବୀ କେ. ମୋହନ ରାଓ, ସୁବାଷ ଚନ୍ଦ୍ର ସାହୁ, ଉଦୟ ପ୍ରଧାନ ଓ ପ୍ରଫୁଲ୍ଲ କୁମାର ମିଶ୍ର ସଭା ରେ ଯୋଗ ଦେଇ ଶ୍ରୀ ଦାସ ଙ୍କ ସଚୋଟତା ତଥା ନିରପେକ୍ଷତା ଉପରେ ଆଲୋଚନା କରି ପ୍ରଶଂସା କରିଥିଲେ।ଉକ୍ତ ସଭାରେ କୋଦଳା ଜୁଡ଼ିସିଆଲ ମାଜିଷ୍ଟ୍ରେଟ ସୁକନ୍ୟା ଶତପଥି ଅତିଥି ଭାବେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ