ବେଲଗୁଣ୍ଠା ଏନ୍.ଏ.ସିରେ ଭିଜିଲାନ୍ସ ଚଢ଼ାଉ ନିର୍ବାହୀ ଅଧିକାରୀଙ୍କ ଠାରୁ ଦାୟିତ୍ୱ ଅପସାରଣ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ବେଲଗୁଣ୍ଠା ଏନ୍ଏସି ରେ ଲାଗିରହିଥିବା ଅନିୟ ମିତତା ଅଭିଯୋଗ ଓ ଅଧିନସ୍ଥ ଦୁଇ କର୍ମଚାରୀଙ୍କ ବିଭିନ୍ନ ସଙ୍ଗୀନ ମାମଲା ନେଇ ଥାନାରେ ଦ୍ୱାରସ୍ଥ ହୋଇଥିବାବେଳେ ଗତ ଗୁରୁବାର ଠାରୁ ନିର୍ବାହୀ ଅଧିକାରୀଙ୍କ ଦେଖାମିଳିନାହିଁ ।ବହୁ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିବା ବିଭିନ୍ନ ଖବରକାଗଜରେ ପ୍ରକାଶିତ ହେବାପରେ ଭିଜିଲାନ୍ସ ବିଭାଗ ଆଜି ବେଲଗୁଣ୍ଠା ଏନ୍.ଏ.ସି କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା ।ବ୍ରହ୍ମପୁର ଭିଜିଲାନ୍ସ ଏସ୍.ପି ମାୟାଧର ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ଇନିସପେକ୍ଟର ଶରତଚନ୍ଦ୍ର ସାହୁ ଓ ପି.ସି ପ୍ରଧାନ ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ ।କାର୍ଯ୍ୟାଳୟରେ ବହୁ କର୍ମଚାରୀ ଉପସ୍ଥିତ ନ ଥିବା,ନିର୍ବାହୀ ଅଧିକାରୀ ଫେରାର୍ ଥିବାରୁ ପୁଣି ଥରେ ଆସି ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି ।ଏବଂ କିଛି କାଗଜପତ୍ର ଧରି ଯିବାକୁ ବାହରୁଥିବା ବେଳେ ଏନ୍.ଏ.ସିର ମହିଳା ସଫେଇ କର୍ମଚାରୀମାନେ ଭିଜିଲାନ୍ସ ଅଧିକାରୀଙ୍କ ଆଗରେ ନିଜର ବୟାନ ଦେଇଥିଲେ ।ସେମାନଙ୍କ କହିବା ଅନୁଯାୟୀ, ଏହି ସଫେଇ କର୍ମଚାରୀ ମାନେ ରବିବାର କାର୍ଯ୍ୟ କରୁଥିଲେ ମଧ୍ୟ ପ୍ରାପ୍ୟ ଦିଆଯାଉନାହିଁ,ମହିଳା ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ କରିବା ସହ ନିୟମିତ କରିବା ପାଇଁ ୮୦୦୦୦ ଟଙ୍କା ଲେଖାଏଁ ଲାଞ୍ଚ ମାଗୁଥିବା ଅଭିଯୋଗ କରିଥିଲେ ।ବେଲଗୁଣ୍ଠା ବିକାଶ ପରିଷଦର ସଭାପତି ଡି.ଗଗନ ବିହାରୀ ବିନ୍ଧାଣିରା,ପୁର୍ବତନ କାଉନସିଲର ସି.ଏଚ୍ ଲିଙ୍ଗରାଜ ପାତ୍ର ଓ ଯତିନ୍ ପାତ୍ର, ଦିଲ୍ଲୀପ ଆଚାରୀ,ରାମଚନ୍ଦ୍ର ସିଅଙ୍କ ସମେତ ଅଞ୍ଚଳର ବହୁ ଲୋକ ରୁଣ୍ଡ ହୋଇ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ବହୁ ଅଭିଯୋଗ ଆଣିଥିଲେ ଓ ଭିଜିଲାନ୍ସ ଅଧିକାରୀ ମାନେ ଦୁର୍ନୀତି ହୋଇଥିବା କିଛି ନିର୍ମାଣ କାର୍ଯ୍ୟସ୍ଥଳ ଦେଖିଥିଲେ ।ଏନ୍.ଏ.ସି କାର୍ଯ୍ୟାଳୟ ପଛପଟେ ଥିବା ଏକ ନାମଫଳକକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ।ସେଥିରେ ୮,୪୧,୦୦୦ ଟଙ୍କା ବ୍ୟୟରେ ଏକ ଯାତ୍ରୀ ବିଶ୍ରାମାଗାର ନିକଟରେ ପାର୍କିଂ ସେଡ୍ ନିର୍ମାଣ କରିଥିବା ଦର୍ଶାଯାଇଛି ।୨୮/୭/୨୦୧୮ରୁ ଆରମ୍ଭ ହୋଇ ୧୬/୧/୨୦୧୯ ରେ କାମ ଶେଷ ହୋଇଛି ।ଯାତ୍ରୀ ବିଶ୍ରାମାଗାର ନିକଟରେ କୌଣସି ପାର୍କିଂ ସେଡ ହୋଇନଥିବାରୁ ୮,୪୧,୦୦୦ ଟଙ୍କା ମିଥ୍ୟା ବିଲ୍ କରି ଆତ୍ମସାତ କରିଥିବା ସ୍ପଷ୍ଟ ଜଣାପଡୁଛି ।ପରେ ଭିଜିଲାନ୍ସ ଅଧିକାରୀମାନେ କଂସାରୀ ସାହିଠାରୁ ସୋଢଙ୍ଗୀ ରାସ୍ତାର ସାଇଡ୍ ୱାଲ୍ ଓ ରାସ୍ତା ନିର୍ମାଣ ପାଇଁ ୯,୮୦,୦୦୦ଟଙ୍କା ମଞ୍ଜୁର ହୋଇଛି ।କାମ ନ ସରୁଣୁ ପୁରା ଟଙ୍କା ବିଲ୍ ହୋଇଯାଇଥିବା ଲୋକେ ଅଭିଯୋଗ କରିଥିଲେ ।ସେହି ଫଳକର ଅପର ପାର୍ଶ୍ଵରେ ସେହି ରାସ୍ତାକୁ ଆଉ ଏକ ନାମରେ ମିଥ୍ୟା ବିଲ୍ କରି ଆତ୍ମସାତ କରିଥିବା ଲୋକେ ଅଭିଯୋଗ କରିଥିଲେ ।ଏହା ସହ ପରିଷଦ କାର୍ଯ୍ୟାଳୟ ମୁଖ୍ୟ ଫାଟକର ଷ୍ଟିଲ୍ ଗ୍ରୀଲ୍ ର ୭୪,୦୦୦ ଟଙ୍କା ହଡ଼ପ ଅଭିଯୋଗ, ଏନ୍.ଏ.ସି ମାର୍କେଟ କଂପ୍ଳେକ୍ସର ଛାତ ଉପରେ ଗୋଟିଏ ଗୋଟିଏ ଇଟା ବସାଇ ଗ୍ରେଡିଂ କରାଯାଇଥିବା ଦର୍ଶାଇ ୩,୪୦,୦୦୦ ଟଙ୍କା, । ସେହିପରି ଆମିଷ ମାର୍କେଟ,ଉଠା ପରିଶ୍ରାଗାର, ଲକ୍ଷ୍ମୀ ନାରାୟଣ କଲ୍ୟାଣ ମଣ୍ଡପ ର କାନ୍ଥ ମରାମତି, ବାଲିଡି ସ୍କୁଲ ନିକଟ ଡ୍ରେନର ପଙ୍କୋଦ୍ଧାର,ଦୋକାନି ମାନଙ୍କ ପାଇଁ କିଣାଯାଇଥିବା୧୧୮ଟି ଡ଼ଷ୍ଟବିନ, ଏନ୍.ଏ.ସି କର୍ମଚାରୀଙ୍କ ପାଇଁ ଗାଡି ମୋଟର ପାର୍କିଂ ସେଡ୍, ବାଙ୍କବଜାର ମେଡିକାଲ ସାମ୍ନାର ଡ୍ରେନ ଓ ରୋଡ ମରାମତି,ଶିଶୁ ଉଦ୍ୟାନ ପାଇଁ ଆସିଥିବା ୨୦୦୦୦୦୦ ଟଙ୍କା, ବଞ୍ଚିଥିବା ଲୋକଙ୍କୁ ମୃତ ଦର୍ଶାଇ।ହରିଶ୍ଚନ୍ଦ୍ର ଯୋଜନାରେ।ଟଙ୍କା ହଡପ, ଅଳିଆ ଆବର୍ଜନା ବୋହୁଥିବା ଡାଲା ଅଟୋ ମରାମତି,୬ ବର୍ଷ ମଧ୍ୟରେ ଅଳିଆ ଆବର୍ଜନା ସଫାକରିବା ପାଇଁ ଜେସିବି ଓ ଟ୍ରାକ୍ଟର ବାବଦରେ ୩୪ଲକ୍ଷ ଖର୍ଚ୍ଚ, ସୁଲଭ ସୌଚାଳୟରେ ବୋରିଂ ନ କରି ଅର୍ଥ ହଡପ, କରୋନା ମୁକାବିଲା ପାଇଁ ରନ୍ଧା ଖାଦ୍ୟ ନ ଦେଇ ଫ୍ରି କିଚେନ୍ ବାବଦ ଟଙ୍କା ହଡପ, ଗାଇଗୋରୁ ଙ୍କ ପାଇଁ ଖାଦ୍ୟ ନ ଦେଇ ଆସିଥିବା ଟଙ୍କା ହଡପ, ପାଞ୍ଚଟି ସଙ୍ଗରୋଧ କେନ୍ଦ୍ର ମରାମତି ଓ କିଟ୍ କିଣାରେ ଅର୍ଥ ଆତ୍ମସାତ, ଏହିପରି।ପ୍ରାୟ ୩୦ରୁ ଉର୍ଧ କାର୍ଯ୍ୟ ର ପାଖାପାଖି ୩ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଦର୍ଶାଇ ଭିଜିଲାନ୍ସ ଅଧିକାରୀଙ୍କୁ ପୁର୍ବତନ କାଉନସିଲର ଲିଙ୍ଗରାଜ ପାତ୍ର ଲିଖିତ ଭାବେ ଜଣାଇଥିଲେ ।ନିର୍ବାହୀ ଅଧିକାରୀଙ୍କ ପାଇଁ ବେଲଗୁଣ୍ଠାରେ ଅଡ଼ୁଆ ବଢୁଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ତାଙ୍କୁ ଦାୟିତ୍ୱରୁ ଅପସାରଣ କରିଛି ।ଆସନ୍ତା କାଲି ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ଧରଣୀଧର ବେହେରା ନିର୍ବାହୀ ଅଧିକାରୀ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡିଛି ।ଏହି ମହାଦୁର୍ନିତିର ଟେକ୍ନିକାଲ୍ ତଦନ୍ତ ହେଲାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆସିଥିବା ଭିଜିଲାନ୍ସ ଅଧିକାରୀ ମାନେ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ