ଖଵର ନଥାଇ ବେଲଗୁଣ୍ଠା ବ୍ଲକରେ ଲାଗିଲା ଦଶ ବସ
ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ସଂଗରୋଧ କେନ୍ଦ୍ର ଗୁଡିକରେ ପ୍ରବାସୀଙ୍କ ନିୟନ୍ତ୍ରଣ କରିବା କଷ୍ଟକର ପରିସ୍ଥିତି ସୃଷ୍ଟି ହୋଇଛି .ପହଁଚିବାର ୧୫ ଘଣ୍ଟାରୁ ଉର୍ଧ ସମୟ ବିତି ଯାଇଥିଲେ ମଧ୍ୟ ଖାଇବାକୁ ନ ପାଇବାରୁ ପ୍ରବାସୀ ମାନେ ଉତ୍ୟକ୍ତ ହୋଇ ସରକାରୀ ସମ୍ପତି ଭଙ୍ଗାରୁଜା କରିବା ସହ ନୁଁଆ ତନରଦା ୟୁ ପୀ ସ୍କୁଲ ଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ପରେ ଗ୍ରାମର କିଛି ସ ହୃଦୟ ବ୍ୟକ୍ତି ପ୍ରବାସୀ ମାନଙ୍କୁ ପାଣି ଓ ବିସ୍କୁଟ ଖାଇବାକୁ ଦେଇଥିଲେ ଦିନ ତିନିଟା ପର୍ଯ୍ୟନ୍ତ ଏହିଭଳି ପରିସ୍ଥିତି ଲାଗି ରହିଥିଲା .ତନରଡା ପଂଚାୟତର ଖଜୁରୀପଲ୍ଲୀ ଓ ଠେଙ୍ଗାଧରା ସ୍କୁଲରେ ମଧ୍ୟ ଅନ୍ତେବାସୀ ମାନେ ଦିନ ଚାରିଟା ପର୍ଯ୍ୟନ୍ତ ଖାଇବାକୁ ନପାଇ ହୋହାଲ୍ଲା କରିଥିଲେ .ପରେ ସନ୍ଧ୍ୟା ୫ଟାରେ ବିଡିଓ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଛି ବୁଝାସୁଝା କରିଥିଲେ .ତନରଡା ପଂଚାୟତର ପ୍ରାୟ ଅଧିକାଂଶ ସେଂଟରରେ ଏହି ପରିସ୍ଥିତି ଲାଗି ରହିଛି କାଲି ରାତିରେ ବେଲଗୁଣ୍ଠା ବ୍ଲକକୁ ଖବର ନଥାଇ ଦଶଟି ଗାଡିରେ ପ୍ରବାସୀ ପହଂଚିଥିଲେ .କିନ୍ତୁ ବ୍ଲକର କୌଣସି ସେଣ୍ଟେରରେ ଜାଗା ନଥିବା ଦର୍ଶାଇ ବସ ଗୁଡିକୁ ଭଂଜନଗର ବ୍ଲକକୁ ପଠା ଯାଇଥିଲା ଭଂଜନଗର ବ୍ଲକ କତୃପକ୍ଷ ମାତ୍ର ତିନିଟି ବସକୁ ରଖି ଅବଶିଷ୍ଟ ସାତଟି ବସକୁ ବେଲଗୁଣ୍ଠା ପଠାଇଦେଇଥିଲେ .ପ୍ରବାସୀମାନେ ଖାଇବାକୁ ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ .ଦିନ ଗୋଟାଏ ପର୍ଯ୍ୟନ୍ତ ପ୍ରବାସୀ ମାନେ ସଂଗରୋଧ କେନ୍ଦ୍ରକୁ ନ ଯାଇପାରି ଏଣେତେଣେ ବୁଲୁଥିବାର ଦେଖା ଯାଇଥିଲା .ପ୍ରକାଶ ଥାଉକି ଶୁକ୍ରବାର ଦିନ ତନରଡା ପଂଚାୟତ ବାଣତୂମ୍ବୂ ଗ୍ରାମରେ ଥିବା ସଂଗରୋଧ କେନ୍ଦ୍ରରେ ଖାଦ୍ୟ ଦିଆ ଯାଉଥିବା ବେଳେ ସରପଂଚ ଓ ବିପକ୍ଷ ଗୋଷ୍ଠୀର କିଛି ଯୁବକ ମଧ୍ୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇ ମୁହାଁ ମୁଁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା .ଗ୍ରାମ ସମ୍ମୁଖ ମୁଖ୍ୟ ରାସ୍ତାରେ ଏକ ବଡ ଧରଣର ଅଘଟଣ ଘଟିବା ପୂର୍ବରୁ ବେଲଗୁଣ୍ଠା ପୋଲିସ ପହଁଚିବାରୁ ଉଭୟ ଗୋଷ୍ଠୀ ଛତ୍ରଭଙ୍ଗ ଦେଇଥିଲେ .ଉଭୟ ଗୋଷ୍ଠୀ ର ଚାରିଜଣ ସାମାନ୍ୟ ଆହାତ ହୋଇଥିଲେ .ତନରଡା ସରପଂଚ ଅନିଲ କୁମାର ପାଠୀ ଗଣ୍ଡଗୋଳ କାରିଙ୍କ ବିରୁଦ୍ଧରେ ଥାନାରେ ଏତାଲା ଦେଇଥିଲେ .ସରପଂଚଙ୍କ ଦ୍ଵାରା ସଂଗରୋଧ କେନ୍ଦ୍ରରେ ଦିଆ ଯାଉଥିବା ଖାଦ୍ୟ ଅତି ନିମ୍ନ ମାନର ଓ ଠିକ ସମୟରେ ଦିଆଯାଉନାହିଁ ବୋଲି ପ୍ରବାସୀମାନେ ଅଭିଯୋଗ କରିଛନ୍ତି .ପ୍ରତିରୋଧ କଲେ ନାନା ଧମକ ଚମକ ଦିଆ ଯାଉଥିବା ଅଭିଯୋଗ କରିଛନ୍ତି