କରୋନା ଯୋଦ୍ଧାଙ୍କୁ ସମ୍ମାନାର୍ଥେ ଗାଙ୍ଗପୁର ପୋଲିସ୍ ର ଫ୍ଲାଗ୍ ମାର୍ଚ୍ଚ ଓ ‘ବନ୍ଦେ ଉତ୍କଳ ଜନନୀ ‘

ଗାଙ୍ଗପୁର/ବେଲଗୁଣ୍ଠI, (ଶିବରାମ ଚୌଧୁରୀ):ସାରା ବିଶ୍ଵ ଆଜି କରୋନା ସହ ଲଢ଼େଇ କରୁଥିବା ବେଳେ ଏହି ଲଢ଼େଇର ମୁଖ୍ୟ ଯୋଦ୍ଧା ତଥା ପୋଲିସ୍, ଡାକ୍ତର, ସଫେଇ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ମାନ ଜଣାଇବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ସାରା ରାଜ୍ୟରେ ସାମୂହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି I ଏହି ଅବସରରେ ଗାଙ୍ଗପୁର ଥାନା ଅଧିକାରୀ ଧୀରେସ୍ କୁମାର ଦାସଙ୍କ ନେତୃତ୍ଵରେ ପୋଲିସ୍ କର୍ମଚାରୀ ମାନେ ଗାଙ୍ଗପୁର ମୁଖ୍ୟ ସଡକରେ ଫ୍ଲାଗ୍ ମାର୍ଚ୍ଚ କରିବା ସହ ଥାନା ସମ୍ମୁଖରେ ସାମୂହିକ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା I କାର୍ଯ୍ୟକ୍ରମରେ ଥାନା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏସ୍ ଆଇ ଅଜିତ କୁମାର ପରିଡାଙ୍କ ସମେତ ସମସ୍ତ ପୋଲିସ୍ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ସନ୍ତୋଷ କୁମାର ବିଷୋୟୀ , ସୂର୍ଯ୍ୟ ନାରାୟଣ ପାତ୍ର, ନିତ୍ୟାନନ୍ଦ ବିଷୋୟୀ, ଶଙ୍କର ବିଷୋୟୀ,ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଏବଂ ରେସ୍ପଣ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ସ୍ୱସ୍ତୀ ସୁନ୍ଦର ସିୟ ଉପସ୍ଥିତ ଥିଲେ I ସାମାଜିକ ଦୁରତ୍ଵ ଏବଂ ମାସ୍କର ବ୍ୟବହାର ସହ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ରେସ୍ପଣ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ସ୍ୱସ୍ତୀ ସୁନ୍ଦର ଧନ୍ୟବାଦ ଅର୍ପଣ କରିଥିଲେ I ସେହିପରି ଗାଙ୍ଗପୁର ପଞ୍ଚାୟତର ଗାଙ୍ଗପୁର, ବୋରୀ, କୁମୁଣ୍ଡି ବିଞ୍ଝଗିରି ସଙ୍ଗରୋଧ କେନ୍ଦ୍ରରେ ସମସ୍ତ ପ୍ରବାସୀ ଉତ୍ସାହର ସହ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ I କୁମୁଣ୍ଡି ସଙ୍ଗରୋଧ କେନ୍ଦ୍ରରେ କେନ୍ଦ୍ର ଅଧୀକ୍ଷକ ଶିଶିର କୁମାର ସ୍ଵାଇଁଙ୍କ ଆହ୍ଵାନରେ ବନ୍ଦେ ଉତ୍କଳ ଜନନୀ ଗାନ ସହ ରେସ୍ପଣ୍ଡ ଟ୍ରଷ୍ଟ ତରଫରୁ ପ୍ରବାସୀମାନଙ୍କୁ ଭଗବତ୍ ଚେତନା ପ୍ରଦାନ କରାଯାଇଥିଲା I ସେହିପରି ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରିୟବରପୁର, ଖଇରପୁଟି, ପାଇଲିପଡ଼ା, ଗୋବରା, ବେଣିପଲ୍ଲୀ, ଶାସନ, ବଙ୍କା ଆଦି ପଞ୍ଚାୟତର ଜନ ସାଧାରଣ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ