ବଜ୍ରାଘାତ ରେ ଜଣେ ମୃତ୍ୟୁ ଦୁଇ ଜଣ ଆହତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କାଳ ବୈଶାଖୀର କରାଳ ରୂପ ରେ ପ୍ରବଳ ଝଡ଼ ତୋଫାନ ଘଟି ବଜ୍ରାଘାତ ହେବାଯୋଗୁଁ ରବିବାର ସନ୍ଧ୍ୟା ରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପାବିଙ୍ଗିଆ ପଞ୍ଚାୟତ ମଙ୍ଗମୁଣ୍ଡା ଗାଁରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ଦନାସିଂ କହଁର। ଗୁରୁତର ଆହତ ହେଲେ ଧନଞ୍ଜୟ କହଁର ଓ ଗୁନି କହଁରଙ୍କୁ ପ୍ରଥମେ ଫିରିଙ୍ଗିଆ ଓ ପରେ ଫୁଲବାଣୀ ମେଡିକାଲ ରେ ଭର୍ତି କରି ଚିକିତ୍ସା କରାଯାଉଥିବା ବିଷୟ ଡାକ୍ତର ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ