ସ୍ଥାଇ ଘରଡିହ ଜମିପଟା ଦାବିରେ ବସ୍ତିବାସିନ୍ଦାଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

କେନ୍ଦ୍ରାପଡା ( ଯୁଗାବ୍ଦ ନ୍ୟୁଜ୍)- ସ୍ଥାଇ ଘରଡିହ ଜମିପଟ୍ଟା ଦାବିକରି ବସ୍ତିବାସିନ୍ଦାମାନେ ମଙ୍ଗଳବାର ପୁର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିବାର ଦେଖାଯାଇଥିଲା । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ସର୍ମିଷ୍ଟା ମାହାଳି ଘଟଣାସ୍ଥଳକୁ ଆସି ଧାରଣାକାରିଙ୍କ ସହିତ ଆଲୋଚନା କରିବା ସହ ଦାବିପତ୍ର ଗ୍ରହଣ କରି ସେମାନଙ୍କ ଦାବି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ଘେରାଉ ପ୍ରତ୍ୟାହୃତ ହୋଇଥିଲା । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ୨୧ନମ୍ବର ୱାର୍ଡ କଜଳା ବସ୍ତିର ଅନୁସୁଚିତ ଜାତି ଓ ଜନଜାତିର ବାସିନ୍ଦାମାନେ ସ୍ଥାଇବାସିନ୍ଦା ଭାବେ କଜଳାରେ ରହୁଥିବାରୁ ଘରଡିହ ଜମିପଟ୍ଟା ପ୍ରଦାନ ଦାବିରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ସେମାନଙ୍କ ଦାବିହେଲା ସେମାନେ ଦୀର୍ଘ ଦେଢଶହ ବର୍ଷ ଧରି କଜଳାରେ ସ୍ଥାଇ ଭାବରେ ରହି ଆସୁଥିଲେ ମଧ୍ୟ ସେମାନଙ୍କୁ ରହୁଥିବା ଜମିର ଘରଡିହ ପଟ୍ଟା ନମିଳିଥିବାରୁ ସେମାନଙ୍କ ପିଲାମାନେ ବିଦ୍ୟାଳୟରେ ପାଠପଢା ସମୟରେ ଆବଶ୍ୟକ ପଡୁଥିବା ଜାତିଗତ ପ୍ରମାଣପତ୍ର,ସ୍ଥାଇବାସିନ୍ଦା ପ୍ରମାଣପତ୍ର,ବାର୍ଷିକ ଆୟ ପ୍ରମାଣପତ୍ର ଭଳି ଆବଶ୍ୟକ କାଗଜାଦ ମିଳିପାରୁନାହିଁ । ଏତଦଭିନ୍ନ ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରୁ ମଧ୍ୟ ଏଥିନିମନ୍ତେ ବଚିଂତ ହେବାକୁ ପଡୁଥିବା ବେଳେ ସେମାନଙ୍କ ପିଲାମାନେ ଉଚ୍ଚଶିକ୍ଷା ଓ ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ନିଯୁକ୍ତି ପାଇବା ଏବଂ ମୈାଳିକ ସେବାରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି । ତେଣୁ ସେମାନଙ୍କୁ ସ୍ଥାଇ ଜମିପଟ୍ଟା ତୁରନ୍ତ ଯୋଗାଇ ଦେବାକୁ ସେମାନେ ଦାବିକରିଥିଲେ । ସହକାରୀ ଜିଲ୍ଲାପାଳ ଶ୍ରୀମତୀ ମାହାଳି ସେମାନଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କୁ ଅବଗତ କରିବେ ବୋଲି ପ୍ରତିଶୃତି ଦେବାରେ ଘେରାଉ ପ୍ରତ୍ୟାହୃତ ହୋଇଥିଲା । ବସ୍ତିବାସିନ୍ଦାଙ୍କ ପକ୍ଷରୁ ରବି ବେଶ୍ରା, ରଘୁ ଟୁଡୁ, ଶ୍ରୀରାମ ଟୁଡୁ, ଲାଲୁପ୍ରସାଦ ଟୁଡୁ,ସାହେବ କୁମାର ହାଂସଦା, ବାପି ହେମ୍ବ୍ରମ,ରାମଚନ୍ଦ୍ର ବେଶ୍ରା,ସାହେବ ସୋରେନ,ଅକଲା ବାହାଦୁର,ଶିବ ସୋରେନ,ବାବୁଲି ସୋରେନ,ବିଜୟ ସୋରେନ,ସାଲଗେ ଟୁଡୁ,ରଘୁନାଥ କିସକୁ,ବାବୁଲି ସୋରେନ,ପିଂଟୁ ସୋରେନ ପ୍ରମୁଖ ଶତାଧିକ ମହିଳା ଓ ପୁରୁଷମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ