ଡାକ୍ତର ଆଶା ଛାଡିଲେ , ମାଁ ସ୍ନେହ ମମତାରେ ରୋଗରୁ ମୁକ୍ତି ପାଇଲା ପୁଅ

ସଂସାର ମଧ୍ୟରେ ମାଁ ଠାରୁ ସ୍ନେହ ଓ ଭଲପାଇବା ଆମେ କାହା ଠାରୁ ପାଇପାରିବା ନାହିଁ । ପୁଅର ନାମ ଥିଲା କିରଣ । ପୁଅଟି ଡେଙ୍ଗୁ ଓ ଜଣ୍ଡିସ ରୋଗରେ ଆକ୍ରାନ୍ତ ଥିଲା । ସୁସ୍ଥ ହେବା ନିମନ୍ତେ ଦ୍ୱିତୀୟ ଭଗବାନ ଡାକ୍ତର ପାଖକୁ ଯାଇଥିଲେ । ଅବସ୍ଥା ଗୁରୁତର ଥିଲା ।ଏହା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ହ୍ରାଇଦ୍ରାବାଦ ର ଏକ ଘରୋଇ ହସପିଟାଲରେ ଭର୍ତ୍ତିକରାଯାଇଥô୍ଲା । ରୋଗ ଭଲ ହେଲା ସତ କିନ୍ତୁ ଡାକ୍ତର କହିଲେ ପୁଅର ମସ୍ତିଷ୍କ ଅକାମୀ ହୋଇଯାଇଛି । ଆଉ ଶେଷରେ ପୁଅକୁ ଘରକୁ ନେବାକୁ କହିଥିଲେ । ଏହା ପରେ ମା ନିଜ ପୁଅକୁ ଧରି ଘରକୁ ଆସିଥିଲେ । ଏହା ପରେ ଆରମ୍ଭ କରିଦେଇଥିଲେ ପୁଅର ସେବା ଠାରୁ ଆରମ୍ଭ କରି ଦେବା ଦେବୀ ନିକଟରେ ପୂଜାର୍ଚ୍ଚନା ସହ ପୁଅ ପାଇଁ ମାନସିକ ଆରମ୍ଭ କରିଦେଇଥିଲେ । ଆଉ ସେହି ଦିନ ରାତିରେ ହିଁ ପୁଅର ପାଟିରୁ ଲାଳ ଗଡିବା ସହ ଆଖିରୁ ଧାର ଧାର ଲୁହ ବୋହିଥିଲା ଏହା ପରେ ନିକଟସ୍ଥ ଡାକ୍ତରଙ୍କୁ ଡାକିଥିଲେ ଏହା ପରେ ଡାକ୍ତର ଜଣକ ଚିକିସ୍ରିତ ହେଉଥିବା ଡାକ୍ତରଙ୍କୁ କଲ କରିଥିଲେ ।ଏହା ପରେ ଡାକ୍ତର ତାଙ୍କୁ ୪ ଟି ଇଞ୍ଜେକସନ ୍ ଦେବାକୁ କହିଥିଲେ । ଏହା ପରେ ପୁଅଟି ନୂଆ ଜୀବନ ପାଇଛି । ମାଁ କୋଳକୁ ଫେରିପାଇଛି ପୁଅ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ