ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ପାଳିତ
ଛତ୍ରପୁର , (ଯୁଗାଦ୍ଧ ନ୍ୟୁଜ୍) ସ୍ଥାନୀୟ ରୋଟାରୀକ୍ଲବ ପରିସରରେ କ୍ଲବର ୧୨ତମ ଅଧିଷ୍ଠାନ ଦିବସ ଅନୁଷ୍ଠିତ ହୋଇଯାଇଛି । ୨୦୧୯-୨୦ବର୍ଷର ନୂତନ ସଭାପତି ଭାବେ ନୀରଞ୍ଜନ ପାତ୍ର ଓ ସଂପାଦକ ଭାବେ ପ୍ରସନ୍ନ କୁମାର ପତି ଅଧିକୃତ ହୋଇଛନ୍ତି । ନୂତନ ସଭାପତି ତାଙ୍କରି ଭାଷଣରେ ସମାଜର ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ତାଙ୍କୁ ଦାୟିତ୍ୱ ମିଳିଥିବାରୁ ସେ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥୀ ଭାବେ ଯୋଗଦେଇ କ୍ଲବର କାର୍ଯ୍ୟକଳାପ ଉପରେ କହିଥିଲେ । ସମ୍ମାନୀତ ଅତିଥୀଭାବେ ରୋଟାରୀ ଜିଲ୍ଲା୩୨୬୨ ଜେନେରାଲ ସେକ୍ରେଟାରୀ ଇଂ.ବାଳକୃଷ୍ଣ ଦୀକ୍ଷିତ୍ , ଛତ୍ରପୁର ରୋଟାରୀ କ୍ଲବ ଆସିଷ୍ଟାଣ୍ଡ ଗର୍ଭଣ୍ଣର ସଂଜୟ କୁମାର ସାବତ ଯୋଗଦେଇ କ୍ଲବର ଉଲ୍ଲେଖନୀୟ ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ପୂର୍ବତନ ସଭାପତି ଡାକ୍ତର ସାଧୁ ଚରଣ ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ବିଜୟ କୃଷ୍ଣ ପଟ୍ଟନାୟକ , ପ୍ରଫୁଲ କୁମାର ପଟ୍ଟନାୟକ, ସୁର୍ଯ୍ୟନାରାୟଣ ସାମନ୍ତରୟ, ପି.ଚନ୍ଦ୍ରଶେଖର , ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ,ଙ୍କ ଅନ୍ୟାନ୍ୟ ସଭ୍ୟ ମାନେ କ୍ଲବ କାର୍ଯ୍ୟ ସମ୍ବନ୍ଧରେ କହିବାସହ କ୍ଲର ନୀୟମାବଳୀ ଉପରେ ଆଲୋକପାତ କରିଥିଲେ ।ା ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଭାପତି କେ. ବାସୁଦେବ ରାଓ ଓ ସଂପାଦକ ଏସ୍.ରେଖା ମହାନ୍ତି ପୂର୍ବତନ ସଭାପତି ସୁରଜିତ ସାମନ୍ତରାୟ, , ଧୀରେନ ନାଥ ପଣ୍ଡା, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ଆଇନିଜିବୀ ବି.ଶ୍ରୀନିବାସ ରାଓ, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, ମହାଶକ୍ତି ବଣିକ ସଂଘର ସଭାପତି କିଶୋର ସେନାପତି ଙ୍କ ସମେତ ବହୁ ସଭ୍ୟ ଉପସ୍ଥିତ ରହିଥିଲେ । ଏହି ଅବସରରେ ଛତ୍ରପୁର ବିଧାୟକଙ୍କୁ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ତିନିଜଣ ନୂତନ ସଦସ୍ୟ ଗ୍ରହଣ କରିଥିଲେ । ସେମାନେ ହେଲେ ଛତ୍ରପୁର ବିଧାୟକ ଶ୍ରୀ ବେହେରା, କୀର୍ତ୍ତି ରଂଜନ ମହାପାତ୍ର ଓ ରମେଶ ବହେରା ଅଟନ୍ତି । ଏହି କ୍ଲବ ପକ୍ଷରୁ ବିଭିନ୍ନ ସ୍ୱେଚ୍ଛାସେବୀ କାର୍ଯ୍ୟ ଏବଂ ମାଗଣା ହେଲଥ୍ କ୍ୟାମ୍ପ ଅନୁଷ୍ଠିତ ଆସୁଛି । ଶେଷରେ ସଂପାଦକ ପ୍ରସନ୍ନ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ ।


