ଅଷ୍ଟମ ବାଟାଲିୟନର ନୂତନ କମାଣ୍ଡାଣ୍ଟ୍ ହେଲେ ସୂର୍ଯ୍ୟନାରାୟଣ ମଲ୍ଲିକ

ଗଞ୍ଜାମ, (ୱାଇଏନ୍‌ଏସ୍‌): ଗଞ୍ଜାମ ନିକଟସ୍ଥ ନୂଆଗାଁ ସ୍ଥିତ ଅଷ୍ଟମବାଟାଲିୟନ ନୂତନ ଦୁର୍ଗପତି (କମାଣ୍ଡାଣ୍ଟ୍)ରୂପେ ସୂର୍ଯ୍ୟନାରାୟଣ ମଲ୍ଲିକ ଦାଇତ୍ଵ ଗ୍ରହଣ କରିଛନ୍ତି । ପୂର୍ବରୁ କାର୍ଯ୍ୟରତ ଦୁର୍ଗପତି  ଉଦୟନାଥ ରଥ ଅବସର ଗ୍ରହଣ କରିଛନ୍ତି। ଦୁର୍ଗପତି ମଲ୍ଲିକ ପୂର୍ବରୁ ସେ ଭୁବନେଶ୍ୱର ଏସ.ଏ .ପି ହେଡ଼କ୍ୱାଟରରେରେ ଡେ଼ପୁଟେସନରେ କର୍ଯ୍ୟରତ ଥିଲେ । ତାଙ୍କର କର୍ମମୟ ଜୀବନ ଗଞ୍ଜାମ ଜିଲ୍ଲାର ସଦର ମହକୁମା ରିଜର୍ଭ ପୋଲିସରୁ ଆରମ୍ଭ ହୋଇଥିଲା । ଦାୟୀତ୍ଵ ଗ୍ରହଣ କରିବା ପରେ ଦୁର୍ଗପତି ମଲ୍ଲିକ ଏହା ମୋର ପରିବାର , ସିପାହୀ ମାନେ ମୋର ସଦସ୍ୟ ଏହାର ଉନ୍ନତି ମୋର ପ୍ରଥମ ଲକ୍ଷ୍ୟ । ଅଧୁରା ରହିଥିବା କାମକୁ ସମ୍ପୂର୍ଣ୍ଣ କରିବା ସହ ବାଟାଲିୟନ କୁ ଆଦର୍ଶ ବାଟାଲିୟନ ରେ ପରିଣତ କରିବା ପ୍ରାଥମିକତା ରହିବ । ବର୍ତ୍ତମାନ କରୋନା ପରିସ୍ଥିତିରେ ଲୋକଙ୍କ ସୁରକ୍ଷା ସିପାହୀମାନଙ୍କ ଦାୟୀତ୍ଵ ହୋଇଥିବା ବେଳେ ସିପାହୀମାନଙ୍କ ସୁରକ୍ଷା ମୋର କର୍ତ୍ତବ୍ୟ । ସମସ୍ତ ମାସ୍କ ପିନ୍ଧନ୍ତୁ , ସମଦୁରତା ରକ୍ଷା କରନ୍ତୁ , ସରକାର ଙ୍କ ନିୟମ ମାନି କରୋନା କୁ ହରାନ୍ତୁ ବୋଲି କହିଥିଲେ । ଏହି ଅବସରେ ସମସ୍ତ ସିପାହୀ, କର୍ମଚାରୀ ନୂତନ ଦୁର୍ଗପତିଙ୍କୁ ସମ୍ମାନ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ