ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟିନିଆଲ ଦ୍ୱାରା ଡ଼ିଷ୍ଟ୍ରକ୍ଟ ୩୨୬୨ର ପୋଲିଓ ପ୍ଲସ ଓରିଏଣ୍ଟେସନ ସେମିନାର
ଭୁବନେଶ୍ୱର : ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟନିଆଲ ତରଫରୁ ଡ଼ିଷ୍ଟ୍ରିକ୍ଟ ପୋଲିଓ ପ୍ଲସ୍ ଓରିଏଣ୍ଟେସନ ଆଣ୍ଡ ପ୍ଲାନିଂ ସେମିନାର ପ୍ରେସ୍ କ୍ଲବ ଓଡ଼ିଶା, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ପୋଲିଓ ରଥ ପ୍ରେସ୍ କ୍ଲବ ସମ୍ମୁଖରୁ ମୁଖ୍ୟଅତିଥି ଡକ୍ଟର ହରପ୍ରସାଦ ପଟ୍ଟନାୟକ, ପିଡ଼ିିଜି ଦେବାଶିଷ ମିତ୍ର ଏବଂ ଡ଼ିଜି ଭବାନୀ ଚୌଧୁରୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଭୁବନେଶ୍ୱର ସହର ପରିକ୍ରମା କରି ପୋଲିଓ ବିଷୟରେ ସାଧାରଣ ଜନତାଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲା । ପରେ ପରେ ସେମିନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପିଡ଼ିଜି ଡକ୍ଟର ନାରାୟଣ ମିଶ୍ର, ପିକେ ମହାନ୍ତି, ଆଜିତ ପାଢୀ ଏବଂ କ୍ଲବର ସଭାପତି ଶୁଭକାନ୍ତ ସାମନ୍ତସିଂହାର ସେମିନାରକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ଉତ୍ସବ ପରେ ପୋଲିଓ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଓ ଏହାର ନିରାକରଣ ଦିଗ ଉପରେ ଉପସ୍ଥିତ ଅତଥିମାନେ ଆଲୋକପାତ କରିଥିଲେ ଓ ଡଃ ସୁନିଲ୍ କୁମାର ଦାସ, ଡଃ କମଳାକାନ୍ତ ଦାସ, ଡଃ କେ.କେ. ରାଉତ, ପିଡ଼ିଜି ଶିବବ୍ରତ ଦାସ, ପିଡ଼ିଜି ରବି ନନ୍ଦ, ପିଡ଼ିଜି ଏ.ବି. ମହାପାତ୍ର, ଡ଼ି.ଜି.ଇ. ଦେବାଶିଷ ମିଶ୍ର, ଡ଼ିଜିଏନ୍ଡ଼ି ଶାନ୍ତନୁ ପାଣି, ଉପ ଗଭର୍ଣ୍ଣର ସୁଶାନ୍ତ ମହାପାତ୍ର ପ୍ରମୁଖ ପୋଲିଓ ବିଷୟରେ ଗୁରୁତ୍ୱପୂର୍ଣ୍ଣ ବିବରଣୀ ଅଡ଼ିଓ ଭିଜୁଆଲ ମାଧ୍ୟମରେ ପ୍ରଦାନ କରିଥିଲେ ଓ ପୋଲିଓ ନିରାକରଣ ପାଇଁ କୌଣସି ସମସ୍ୟା ଉପୁଜିଲେ ରୋଟାରୀ କ୍ଲବ ତରଫରୁ ପୋଲିଓ ନିରାକରଣ ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପୋଲିଓ ରଥରେ ରୋଟାରୀ କ୍ଲବ ଭୁବନେଶ୍ୱର ତୋଷାଳୀର ସଭାପତି ୟଗ୍ନିଶ ମହାପାତ୍ର ଓ ସମ୍ପାଦକ ସୁକାନ୍ତ ସାହୁ ପ୍ରମୁଖ ନଗର ପରିକ୍ରମା କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ । ଏହି ଅବସରରେ କ୍ଲବର ସମସ୍ତ ସଦସ୍ୟ ଆଦିତ୍ୟ, ସାକ୍ୟ, ଶିଶିର, ପ୍ରକାଶ, ରମେଶ, ଗୀତାଞ୍ଜଳି ମ୍ୟାଡ଼ମ, ଶୁଭକାନ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଭିନ୍ନ ଜିଲ୍ଲାରୁ ଆସିଥିବା ରୋଟାରୀ ସଭାପତି ଓ ସମ୍ପାଦକମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ଓ କାର୍ଯ୍ୟକ୍ରମକୁ ପରି·ଳନା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।