ମାଛବନ୍ୟା

କଥାଟା ଶୁଣିବାକୁ ବିଚିତ୍ର ଲାଗୁଥାଇପାରେ । ଉପର ମୁଣ୍ଡରେ ବର୍ଷାହେଲେ ନଦୀନାଳରେ ପାଣି ପଶେ । ତାହାର ପ୍ରଭାବରେ ବନ୍ୟା ସୃଷ୍ଟିହୁଏ । ବେଳେବେଳେ ସେହି ବନ୍ୟା ପ୍ରଳୟର ରୂପ ଧାରଣ କରେ । ତେବେ ମାଛରେ କେମିତି ବନ୍ୟା ଆସିବ? ହଁ, ବେଳେବେଳେ ଆକାଶରୁ ମାଛବର୍ଷା ହୁଏ । ତେବେ ମାଛରେ ବନ୍ୟା ହେବ କେମିତି? ପ୍ରସଙ୍ଗଟି ବିସ୍ମୟକର ମନେହେଉଥିଲେ ବି ସତ୍ୟ । ଏମିତି ଏକ ଘଟଣା ଘଟିଛି ଆମେରିକାର ସାଇନ୍କକ୍ କେନାଲରେ । ହଠାତ ରାତି ପାହିବା ବେଳକୁ କେନାଲ ଭର୍ତ୍ତି ମାଛ । ଏତେ ମାଛ ଯେ କେନାଲର ପାଣି ଗାଏବ ହୋଇଯାଇଥିଲା । କେବଳ ମାଛ ଆଉ ମାଛ । ଶହ ଶହ ଟନ୍ର ମାଛ । ଅବଶ୍ୟ ସେ ସବୁ ଥିଲେ ମଲାମାଛ । ଏହି ଘଟଣା ସେହି ଖଣ୍ଡମଣ୍ଡଳରେ ହୋହାଲ୍ଲା ଖେଳେଇ ଦେଇଥିଲା । କାରଣ କାହାରିକୁ କିଛି ଜଣା ନ ଥିଲା । ବିଶେଷଜ୍ଞମାନେ ମତ ଦେଇଥିଲେ ଯେ, ହୁଏତ କୌଣସି କାରଣରୁ ମାଛ ସବୁ ଏକତ୍ରିତ ହୋଇ କେନାଲକୁ ଉଠିଆସିଛନ୍ତି । ଆଉ ଆସିବା ପରେ ଫେରିନାହାନ୍ତି । କେନାଲ ଜଳରେ ଥିବା ଅମ୍ଳଜାନକୁ ସେମାନେ ପ୍ରଶ୍ୱାସରେ ନେଇ ଶେଷ କରିଦେଇଛନ୍ତି । ଆଉ ଅମ୍ଳଜାନ ଅଭାବରୁ ମାଛଗୁଡ଼ିକର ମୃତ୍ୟୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ