ଦେଶୀମଦ ଜବତ,ଜଣେ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୁରାଣ୍ଡି ପୋଲିସ ଦ୍ୱାରା ଦେଶୀମଦ ଚୋରାଚାଲାଣ ବେଳେ ୧୨୦ଲିଟର ମଦ ସହ ଏକ ବାଇକ୍ ଜବତ ହୋଇଛି । ଏଥିରେ ଜଣକୁ ଗିରଫ କରାଯାଇଛି । ଘଟଣାରୁ ପ୍ରକାଶ, ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ସାତ ମାଇଲ ଛକ ଠାରୁ ବାଘଶଳା ଗ୍ରାମକୁ ଯିବା ରାସ୍ତାରେ ଏନ.ଡିଲ୍ଲୀ ନାମକ ବ୍ୟକ୍ତି ନିଜ ମୋଟର ସାଇକେଲ ଓଡି୨୦ଏ ୦୬୬୪ ଯୋଗେ ୩ଟି ଜାରରେ ୧୨୦ ଲିଟର ଦେଶୀମଦ ଚାଲାଣ ବେଳେ ଗୁରାଣ୍ଡି ପୋଲିସ ଦ୍ୱାରା ଧରାପଡିଛି । ଗୁରାଣ୍ଡି ଥାନା ଅଧିକାରୀ ମୁକେଶ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଏକ ପୋଲିସ ଟିମ୍ କୌଣସି ସୂତ୍ରରୁ ଖବର ପାଇ ଏହି ଚଢାଉ କରିଥିଲେ । ଏନେଇ ଗୁରାଣ୍ଡି ଥାନା କେସ୍ ନଂ ୩୧/୨୦ରେ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।


