ରାଜ୍ୟମନକୁ ଜିଏସଟି କ୍ଷତିପୂରଣ ବାବଦରେ ୩୬,୪୦୦ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନକଲେ

ନୂଆଦିଲ୍ଲୀ : ସାମ୍ପ୍ରତିକ କୋଭିଡ ୧୯ ପରିସ୍ଥିତି କାରଣରୁ ରାଜ୍ୟ ସରକାରମାନଙ୍କ ସମ୍ବଳ ବାଧାପ୍ରାପ୍ତ ହୋଇଥିବା ବେଳେ ଖର୍ଚ୍ଚ ପାଇଁ ସେମାନଙ୍କୁ ଅର୍ଥରାଶିର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଡିସେମ୍ବର ୨୦୧୯ରୁ ଫେବୃଆରୀ ୨୦୨୦ ଅବଧି ପାଇଁ ବିଧାନସଭା ଥିବା ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପାଇଁ ଜିଏସଟି କ୍ଷତିପୂରଣ ବାବଦକୁ ୩୬,୪୦୦ କୋଟି ଟଙ୍କା ଜାରି କରିଛନ୍ତି । ଅନ୍ୟପକ୍ଷରେ ଏପ୍ରିଲ-ନଭେମ୍ବର ୨୦୧୯ ଅବଧି ପାଇଁ ଜିଏସଟି କ୍ଷତିପୂରଣ ବାବଦକୁ ୧,୧୫,୦୯୬ କୋଟି ଟଙ୍କାର କ୍ଷତିପୂରଣ ବିଧାନସଭା ଥିବା ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇସାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ