ତିବଦ୍ଦୀୟମାନେ ବନ୍ଦେ ଉତ୍କଳ ଜନନୀ ଗାଇବା ଦେଖି ମୁଖ୍ୟ ମନ୍ତ୍ରୀ ଖୁସି ଅନୁଭବ କରିଛନ୍ତି

ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଳକ ଚନ୍ଦ୍ରଗିରି ନିକଟସ୍ଥ ଜିରାଙ୍ଗ ପଦ୍ମସମ୍ଭବ ଜିରାଙ୍ଗ ବୌଦ୍ଧ ମନ୍ଦିର ଏସିଆ ମହାଦେଶର ଦ୍ୱୀତିୟ ବୃହତମ ମନ୍ଦିର ଯାହାକି ଚଃତୁପାଶ୍ୱର୍ରେ ବୃକ୍ଷ ଓ ଶାନ୍ତିର ପରିବେଷ ବାତାବରଣ ଖେଳି ରହିଛି । ଏହାର ମନ୍ଦିରର କଳାକୃତି ଲୋକଙ୍କୁ ବେସ ଆକର୍ସିତ କରୁଛି । ଏଠିକି ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକମାନେ ପର୍ଯ୍ୟା ସୁଅ ଛୁଟିଥାନ୍ତି । ଫେବୃଆରି ୭ ୨୦୧୯ରେ ଜିରାଙ୍ଗ ବୌଦ୍ଧ ମନ୍ଦିର ପ୍ରାଙ୍ଗଣରେ ତିବଦ୍ଦୀୟମାନଙ୍କ ଅନୁରୋଧ ରକ୍ଷା କରି ମାନ୍ୟବର ମୁର୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିପେଡ୍ ଯୋଗେ ଆସି ଏକ ସଭାରେ ଯୋଗଦାନ ଦେଇ ଏକ ପାଣିରେ ବନାଯାଇଥିବା ମୃତିର ଉଦଘାଟନ କରିବା ସହ ଏକ ଖୁସି ଅନୁଭବ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଧର୍ମର ଆମେରିକାର କିଛି ମନ୍ତ୍ରି ମଧ୍ୟ ଯୋଗଦାନ ଦେଇଥିଲେ । ଏଣୁ ପୁଣି ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀଙ୍କ କଥାକୁ ରଖୀ ଶରଣାର୍ଥୀ ତିବଦ୍ଦୀୟମାନେ ପଦ୍ମସମ୍ଭବ ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ଜିଲ୍ଲାପାଳ ଅନୁପମ ଶାହାଙ୍କ ଅନୁମତିରେ ୩୦ ତାରିଖ ୫.୩୦ରେ ମନ୍ଦିର ସମ୍ମୁଖରେ ମନ୍ଦିର ଆଗରେ ପିଲାମାନଙ୍କୁ ନେଇ ବନ୍ଦେ ଉତ୍କଳ ଜନନୀଗାନ କରିଥିଲେ । ଏଥିଦ୍ୱାରା କରୋନା ଯୁଦ୍ଧା ମାନଙ୍କୁ ସମ୍ମାନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମର ଭିଡିଓକୁ ଦେଖି ମୁଖ୍ୟମନ୍ତ୍ରୀ ଟ୍ୱିଟ ମାଧ୍ୟମରେ ତିବଦ୍ଦୀୟ ପିଲାମାନଙ୍କୁ ଦେଖି ବହୁତ ଖୁସି ଅନୁଭବ କରିଥିଲେ । ଏପରିକି କରୋନାରେ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୫ ଲକ୍ଷ ଟଙ୍କା ମଧ୍ୟ ତିବତ କମିଟି ପକ୍ଷରୁ ପ୍ରଦାନ କରାଯାଇଥିଲା । ଏହି ଟ୍ୱୁଟ୍‌କୁ ଦେଖିବା ପରେ ବୌଦ୍ଧ ମନ୍ଦିରର ଗୁରୁଜୀ ଟୁଲୁକୁ କୁଂଚାମ୍ପ ନିଜ ବୌଦ୍ଧ ଧର୍ମ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ କୌଣସି ସମୟରେ ଯଦି କୌଣସି ଆବଶ୍ୟକ ପଡେ ତେବେ ମୁଖ୍ୟମନ୍ତ୍ରୀଙ୍କୁ ସାହାର୍ଯ୍ୟ କରିବାକୁ ଆମେ ପ୍ରସ୍ତୁତ ଅଛୁ ଏହା ସହ ଡାକ୍ତର, ପୁଲିସ, ଗଣାମଧ୍ୟମ ପ୍ରତିନିଧି, ଜିଲ୍ଲାପ୍ରଶାସନ, ବ୍ଳକ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତ । ପ୍ରକାଶ ଥାଉକି ଉକ୍ତ ଖବରକୁ ନେଇ କିଛି ଦିନ ତଳେ ଭୁଲ ଖବର ପ୍ରକାଶ କରଯାଇଥିବାରୁ ଏହାକୁ ଅଂଚଳରେ କିଛି ଲୋକେ ବିରୋଧ କରିଥିବା ବେଳେ କିଛି ପ୍ରଂସଶା କରିଥିଲେ । କିନ୍ତୁ ସତ୍ୟ ଘଟଣାଟି ହେଲା ମୁଖ୍ୟମନ୍ତ୍ରୀ ବୌଦ୍ଧ ଧର୍ମୀ ଓ ପିଲାଙ୍କୁ ଟ୍ୱିଟ ମାଧ୍ୟମରେ ଖୁସି ଅନୁଭବ କରିଥିଲେ କିନ୍ତୁ ବ୍ୟକ୍ତିଗତଭାବେ କୌଣସି କିମ୍ବା କାହାକୁ ଧନ୍ୟବାଦ ଜଣାଇନାହାନ୍ତି ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ