୧୯ଜଣ ପ୍ରବାସୀଙ୍କୁ ହରିୟାଣା ପଠାଇବା ପାଇଁ ସାହାଯ୍ୟର ହାତ ବଢାଇଲେ ରାମେଶ୍ୱର ପାତ୍ର

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ରାଜ୍ୟରେ ବିଭିନ୍ନ ସ୍ଥାନରୁ ମୁଖ୍ୟମନ୍ତ୍ରୀଙ୍କୁ କରୋନା ଲଢେଇ ପାଇଁ ସାହାର୍ଯ୍ୟର ହାତ ବଢେଇ ରିଲିଫ ଫଣ୍ଡକୁ ଦାନ ଦେଉଛନ୍ତି । ଏଭଳି ଏକ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି ଜଣେ ଛୋଟିଆ ବ୍ୟବସାୟୀ ହୋଇ ଲୋକଙ୍କୁ ସାହାର୍ଯ୍ୟ କରିବାରେ ଆଗେଇ ଆସିଛନ୍ତି ଆଗ ଧାଡିକୁ । ଏପ୍ରେଲ ମାସ ୫ ତାରିଖରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୨୧ ହଜାର ଟଙ୍କା ଦେଇଥିଲେ ପୂର୍ବରୁ । ବର୍ତମାନ ଏଭଳି ଏକ ପଦକ୍ଷେପ ନେଇଛନ୍ତି ହରୟାଣାର ୧୯ ଜଣ ବ୍ୟକ୍ତି ମହିଳା ଓ ପୁରୁଷ ଓ ଛୋଟ ଛୁଆମାନଙ୍କୁ ନେଇ ବାଣିଜ୍ୟ କରିବାକୁ ଆସି ଲକଡାଉନ ଯୋଗୁଁ ଫସି ରହିଥିଲେ ଲୁହାଗୁଡି ହାଟପଦା ନିକଟରେ ଏମାନଙ୍କୁ ମୋହନା ସାମ୍ବାଦିକ ସଂଘ, ମୋହନା ପୁଲିସ ସୁଜିତ କୁମାର ନାୟକଙ୍କ ପକ୍ଷରୁ ସୁଖିଲା ଖାଦ୍ୟ ଦିଆଯାଇଥିଲା ମାର୍ଚ୍ଚ ୩୦ରେ ପରେ ଏମାନଙ୍କୁ ଅଂଚଳର କିଛି ଲୋକେ ଖାଇବା ପାଇଁ ସହଯୋଗ କରିଥିଲେ । ପରେ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ବିଡିଓ ବଂଶିଧର ଖୋସଲା, ସେମାନଙ୍କୁ ଲୁହାଗୁଡି ବାଳିକା ବିଦ୍ୟାଳୟକୁ ନେଇ ଖାଦ୍ୟର ବ୍ୟବସ୍ଥା କରାଇଥିଲେ । ତାଙ୍କ ନିକଟରେ କୌଣସି ଟଙ୍କା ପଇସା ନଥିବା ଯୋଗୁଁ ସେମାନେ ନିଜ ରାଜ୍ୟକୁ ଯାଇ ପାରୁନଥିଲେ । ଆଜି ଲୁହାଗୁଡିର ଜଣେ ଛୋଟିଆ ବ୍ୟବସାୟୀ ୧୯ ଜଣଙ୍କ ପାଇଁ ଭୁବନେଶ୍ୱର ଠାରୁ ଦିଲ୍ଲୀ ଠାରୁ ହରିୟାଣା ଯିବା ପାଇଁ ଟ୍ରେନ ଟିକଟ କରାଇ ଦେଇଛନ୍ତି । ଏଥି ମଧ୍ୟରେ ବ୍ଳକ ପ୍ରଶାସନ ତରଫରୁ ବସର ସୁବିଧା ଯୋଗାଇ ଭୁବନେଶ୍ୱର ଷ୍ଟେସନ୍‌ରେ ଛାଡିବା ପାଇଁ ଅନୁମତି ଦେଇଛନ୍ତି ତହସିଲଦାର କଲ୍ୟାଣି ସଂଘମିତ୍ରଦେବୀ, ବିଡିଓ ବଂଶୀଧର ଖୋସଲା । ଯିବା ସମୟରେ ପ୍ରବାସୀ ହରିୟାଣାମାନେ ରାମ୍ବେଶ୍ୱର ପାତ୍ରଙ୍କୁ ବହୁତ ଧନ୍ୟବାଦ ଜଣାଇବା ସହ ନିଜ ଅଂଚଳରେ ଏହା ଚର୍ଚ୍ଚା କରିବୁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ