କଭୋନେଟ୍ ଫେମିଲି ଚର୍ଚ୍ଚ ପକ୍ଷରୁ ସୁଖିଲା ଖାଦ୍ୟ ଓ ମାସ୍କ ବଂଟନ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଳକ ଅଡବା ପଂଚାୟତ କନ୍ଧ ପାଣିଗଣ୍ଡାରେ କଭୋନେଟ୍ ଫେମିଲି ଚର୍ଚ୍ଚ ଅଂଚଳରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁଖିଲା ଖାଦ୍ୟ ଡାଲି, ଚାଉଳ, ତେଲ, ଆଳୁ, ସୟାବିନ୍, ବାଂଟିବା ସହ ମାସ୍କ, ସାବୁନ, ସାନିଟାଇଜ ବାଂଟିଥିଲେ । ଏହା ସହ ସମସ୍ତଙ୍କୁ ସାମାଜିକ ଦୂରତା ରଖିବା ସହ ମାସ୍କ ବ୍ୟବହାର କରିବା, ବାହାରକୁ ଯାଇ ଆସିବା ପରେ ହାତ ଧୋଇବା, ଖାସ ଆସିଲେ ମୁହଁରେ କପଡା ଦେଇ ଖାସିବା, ବାହାରୁ କୌଣସି ବ୍ୟକ୍ତି ପ୍ରଶାସନର ଅଜାଣତରେ ଗାଁରେ ପ୍ରବେଶ କଲେ ତାଙ୍କୁ ପ୍ରଶାସନକୁ ଜଣାଇବା ଏହିଭଳି ବିଭିନ୍ନ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅଡବା ଜୁନ ଜିଲ୍ଲା ପରିଷଦ ସଭ୍ୟ ବାଳକୃଷ୍ଣ ମଳିକ, ମେମ୍ବର ସନାତନ ମଳିକ, ସୁରଞ୍ଜନ ମାଝୀ, ମାଥୁ ମାଝୀ, କ୍ରୀଷ୍ଟ କୁମାର ମାଝୀ, ଗଙ୍ଗା ଗମାଙ୍ଗ, ସୁନା ମାଝୀ, ପ୍ରକାଶ ମାଝୀ, ଇନ୍ଦ୍ରୀୟ ମାଝୀ, ପିତର ମଲ୍ଲିକ, ଜିଗରତ୍ନ ମାଝୀ ଓ ଗଣମାଧ୍ୟମ ପ୍ରତିନଧି ମିହିର ଜତି, ଅଂଶୁମାନ ପଣ୍ଡା ଉପସ୍ଥିତ ଥିଲେ ।


