ମା’ ସିଂହାସିନୀ ପୀଠର ରଜ ପର୍ବରେ ହେବନାହିଁ ଜନସମାଗମ

ପୋଲସରା , (ଅନିଲ ମହାରଣା) ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତଥା ମା’ ସିଂହାସିନୀ ପୀଠରେ ଚଳିତ ବର୍ଷର ରଜ ପର୍ବରେ ଜନସମାଗମକୁ ବାରଣ କରାଯାଇଛି। ଶୁକ୍ରବାର ଦିନ ମା’ ସିଂହାସିନୀ ଉନ୍ନୟନ କମିଟିର ଏକ ବୈଠକ ସ୍ଥାୟୀ ସଭାପତି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଲକ ଡାଉନ,ଓ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖିବା ସହ ସରକାରଙ୍କ ନିୟମକୁ ସମ୍ମାନ ଜଣାଇ ମା’ଙ୍କ ପୀଠରେ ଆସନ୍ତା ରଜପର୍ବରେ ଜନସମାଗମକୁ ନିଷିଦ୍ଧ କରାଯାଇ ପ୍ରସ୍ତାବ ଗୃହୀତ ହୋଇଥିଲା। ସରକାରୀ ନିୟମ ଅନୁସାରେ ପୂଜକ ଓ କମିଟି ସଦସ୍ୟଙ୍କ ଉପସ୍ଥିତରେ ସାମାଜିକ ଦୂରତା ବଜାୟ ରଖି ନିରାଡ଼ମ୍ବର ସହ ରଜ ପର୍ବ ପାଳନ ପାଇଁ ସ୍ଥିର କରାଗଲା। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ତହସିଲଦାର ସୁକାନ୍ତ କୁମାର ମିଶ୍ର, ଆଇଆଇସି ଜିତେନ୍ଦ୍ର କୁମାର ମଲିକ, ପରିମଳ ଓ ପାନୀୟ ଜଳ ଯୋଗାଣ ବିଭାଗ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ସାହୁ, ବନାଞ୍ଚଳ ଅଧିକାରୀ ସଚିନ କୁମାର ପ୍ରଧାନ, କମିଟି ଉପସଭାପତି ବିପିନ ବିହାରୀ ପ୍ରଧାନ, ସମ୍ପାଦକ ଚନ୍ଦ୍ରଶେଖର ଗୌଡ଼, ସହସମ୍ପାଦକ ସୂର୍ଯ୍ୟ ନାରାୟଣ ପାଢ଼ୀ, ଅଶୋକ କୁମାର ବିଷୋୟୀଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ