ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ଛତ୍ରପୁର, ,(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ଥାନା ଅଂଚଳର ଜଣେ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଛତ୍ରପୁର ଏନ୍ଏସି ଅନ୍ତର୍ଗତ ରାଜନଗର ସାହିର ବାବୁଲା ସେଠୀ(୨୩) ବୋଲି ଜଣାପଡିଛି । ଗତ ମଇ ୯ ତାରିଖରେ ଛତ୍ରପୁର ଥାନା ଅଂଚଳରେ ଏହି ଘଟଣା ଘଟିଥିଲା । ଏହି ସଂକ୍ରାନ୍ତରେ ପିଡିତା ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଏକ ଅଭିଯୋଗ ହୋଇଥିଲା । ଛତ୍ରପୁର ଥାନା ପକ୍ଷରୁ ୧୦୨/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଦୀର୍ଘ ୨ ମାସ ପରେ ଛତ୍ରପୁର ଥାନା ପୁଲିସ ଅପହରଣ ହୋଇଥିବା ନାବାଳିକାକୁ ହାଇଦ୍ରାବାଦର କତୁର ଅଞ୍ଚଳରୁ ଉଦ୍ଧାର କରିଛି । ଏଥିସହ ଅଭିଯୁକ୍ତ ବାବୁଲା ସେଠୀକୁ ମଧ୍ୟ ପୁଲିସ ଧରିବାରେ ସଫଳ ହୋଇଥିଲା । ସେଠାରୁ ଉଭୟଙ୍କୁ ପୁଲିସ ଧରି ଛତ୍ରପୁର ଠାରେ ପହଞ୍ଚିଥିଲେ । ପିଡିତାଙ୍କ ବୟାନ ଅଧାରରେ ୧୦୨ ମାମଲାର ଦଫା ୩୬୩,୩୬୬,୩୪୨,୩୫୪,୩୭୬(୨)(ଏନ୍)(୩) ଏବଂ ୬ ପୋସ୍କ ଦଫା ଅନୁସାରେ ଅଭିଯୁକ୍ତ ବାବୁଲା ସେଠୀକୁ କୋର୍ଟ ଚାଲଣ କରାଯାଇଛି । ଏହି ମାମଲାର ତଦନ୍ତ ଅଧିକାରୀ ସେକେଣ୍ଡ ଅଫିସର ଭାଗ୍ୟଶ୍ରୀ ସ୍ୱାଇଁ ରହିଥିବା ନେଇ ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ସୂଚନା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ