ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣାର ସ୍ଥାୟୀ ସମାଧାନ ପଦକ୍ଷେପ ନିମନ୍ତେ କଂଗ୍ରେସ ପକ୍ଷରୁ ଦାବି

ଛତ୍ରପୁର (ଓ୍ବାଇଏନଏସ): ୧୬ ନଂ ଜାତୀୟ ରାଜପଥ ଗଞ୍ଜାମ ଜିଲ୍ଲା ଛତ୍ରପୁର କଲେଜ ଛକ ଓ ଡିଆରଡିଏ ଛକ ଠାରେ ବାରମ୍ବାର ଦୁର୍ଘଟଣା ଘଟି ନୀରିହ ଜନସାଧାରଣଙ୍କ ପ୍ରାଣହାନୀ ଘଟୁଛି । ଏହାସହ ଲୋକେ ଗୁରୁତର ଆହାତ ହୋଇ ଅକର୍ମଣ୍ୟର ଶିକାର ହେଉଛନ୍ତି । ଏଣୁ ଏହାର ସ୍ଥାୟୀ ସମାଧାନ ଲାଗି ବହୁବାର ଜାତୀୟ ରାଜପଥ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କୌଣସି ଉଚିତ୍ ପଦକ୍ଷେପ ନିଆଯାଉ ନାହିଁ । ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବା ସହ ଲୋକଙ୍କ ଜୀବନ ଯାଉଛି । ଜନସାଧାରଣଙ୍କ ଜୀବନକୁ ପ୍ରଧାନ୍ୟ ଦେଇ ଦୁର୍ଘଟଣା ପ୍ରବଣ ଅଂଚଳ ଗୁଡିକରେ ଦୁର୍ଘଟଣା ରୋକିବା ଏବଂ ଶୂନ ମୃତାହତ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାଗିରଥୀ ବେହେରା ଦାବି କରିଛନ୍ତି । ଶ୍ରୀ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବିପତ୍ରରେ ଉଳ୍ଲେଖ ରହିଛି ଯେ, ଜାତୀୟ ରାଜପଥ ଛତ୍ରପୁର କଲେଜ ଛକ ଓ ଡିଆରଡିଏ ଛକ ଠାରେ ବାରମ୍ବାର ଦୁର୍ଘଟଣା ରୋକିବା ଦିଗରେ ପଦକ୍ଷେପ ନିଆଯାଉ, ଓଭର ବ୍ରିଜ୍ ଶିଳାନ୍ୟାସ କରିଥିବା ୩ଟି ରୋଡ୍ ଓଭର ବ୍ରିଜ୍  ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରିବା ହେଉ । ମୋଟର ଭେଇକଲ ଆକ୍ଟ ଅନୁଯାୟୀ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଓଭର ବ୍ରିଜ୍ ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସମସ୍ତ ଯାନବାହାନ ଉଜଳେଶ୍ୱରୀ ମନ୍ଦିର ଠାରୁ ଆରମ୍ଭ କରି ପାଲିଆ ଛତ୍ରପୁର ଗ୍ରାମ ଶେଷ ପର୍ଯ୍ୟନ୍ତ ଘଂଟା ପ୍ରତି ୨୦/୨୫ କିଲୋମିଟର ମଧ୍ୟରେ ସୀମିତ ରଖାଯାଉ । ହୁମୁରୀ ତାମ୍ପରା (ତାମ୍ପରା ଲେକ୍‌) ପ୍ରବେଶ ରାସ୍ତା ସମ୍ମୁଖରେ ପାଶ୍ୱର୍ ପରିବର୍ତନ ନିମନ୍ତେ ଆବଶ୍ୟକୀୟ ନିର୍ମାଣ କାର୍ଯ୍ୟ ଏନ୍‌ଏଚଏଆଇକୁ ତୁରନ୍ତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦିଅନ୍ତୁ । ଛତ୍ରପୁର ସହରାଂଚଳ ଜନବସତି ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥରୁ ଟ୍ରାଫିକ୍ ରୋଡ୍ କମାଇବା ନିମନ୍ତେ ଏନ୍‌ଏଚ୍‌ଏଆଇ କର୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏହିଦାବି ପତ୍ର ପ୍ରଦାନ ବେଳେ ଶ୍ରୀ ବେହେରାଙ୍କ ସମେତ ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପଲାଇ,ଇଜୁ ଆମିନ ଖାନ,ଜିତେନ୍ଦ୍ର ରାଉଳ,ଏନ୍‌.ରାମାରାଓ ରେଡ୍ଡୀ, କାଳୁଚରଣ ତ୍ରିପାଠୀ,  ପ୍ରଶାନ୍ତ କୁମାର ବେହେରା, ଏଙ୍କେଟ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ