କେନ୍ଦ୍ରୀୟ ଆପରେଟିଂସ୍ ପରିଷଦ ବୈଠକ ଅନୁଷ୍ଠିତ
ଭାରତରେ ଆପରେଟିଂସ୍ ଟ୍ରେନିଂର ବିକାଶ ପାଇଁ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆପରେଟିଂସ୍ଙ୍କ ନିଯୁକ୍ତି ୧୦% ବଦଳରେ ୧୫% ବୃଦ୍ଧି କରାଯିବାକୁ ଯୋଜନା କରାଯାଇଛି । ସେହିପରି ଆପରେଟିଂସ୍ ଙ୍କ ସର୍ବନିମ୍ନ ସାଇଜ୍ ଲିମିଟ୍କୁ ୪୦ରୁ ୩୦ କରାଯାିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହା ସହିତ ସମସ୍ତ ଆପରେଟିଂସ୍ଙ୍କୁ ଷ୍ଟାଇପେଣ୍ଡ୍ ପ୍ରଦାନ କରାଯିବ ବୋଲି ଯୋଜନା କରାଯାଇଛି । ଏହା ଆପରେଟିଂସ୍ଙ୍କ ଯୋଗ୍ୟତା ଅନୁସାରେ ପ୍ରଦାନ କରାଯିବାକୁ ପ୍ରସ୍ତାବ ଗ୍ରହଣ ହୋଇଛି । ୩୬ତମ କେନ୍ଦ୍ରୀୟ ଆପରେଟିଂସ୍ ପରିଷଦ ବୈଠକରେ ୧୯୯୨ ଆପରେଟିଂସ୍ ଆକ୍ଟର ସଂଶୋଧନ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଯାହାଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଏହି ବୈଠକରେ ମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେଙ୍କ ସମେତ ଦକ୍ଷତା ବିକାଶ ଓ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଆର୍.କେ. ସିଂ, ଦକ୍ଷତା ବିକାଶ ଓ ଉଦ୍ୟୋଗ ସଚିବ ଡ. କେ.ପି. କ୍ରିଷ୍ଣନ୍, ଦକ୍ଷତା ବିକାଶ ଓ ଉଦ୍ୟୋଗ ଯୁଗ୍ମ ସଚିବ ରାଜେଶ ଅଗ୍ରୱାଲ, ଜାତୀୟ ଦକ୍ଷତା ବିକାଶ ନିଗମ ଏମଡି ତଥ ।ସିଇଓ ଡ. ମନୀଶ୍ କୁମାର ଏବଂ କେନ୍ଦ୍ରୀୟ ଆପରେଟିଂସ୍ ପରିଷଦ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ କହିଲେ, “ ଅଗାମୀ ଦିନରେ ଦେଶର ଜିଡିପି ୫ ବିଲିୟନ୍ ଡଲାରରେ ପହଚାଂଇବା ଲକ୍ଷ୍ୟ ନେଇ ଆମେ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରଖିଛୁ । ପ୍ରଧାନମନ୍ତ୍ରୀଙ୍କ ଯୋଜନା ଅନୁସାରେ ଆପରେଟିଂସ୍ଙ୍କ ବିକାଶ ଉପରେ ଅଧିକ ଧ୍ୟାନ ଦିଆଯାଉଛି । ସେମାନଙ୍କ ଷ୍ଟାଇପେଣ୍ଡ୍ ବଢ଼ାଇବା ପାଇଁ ପ୍ରୟାସ ଜାରି ରହିଛି । ଏହାତ ପ୍ରଚଳିତ ୧୯୯୨ ଆପରେଟିଂସ୍ ଆକ୍ଟରେ ସଂଶୋଧନ ପ୍ରସ୍ତାବ ଉପରେ ବିଚାର କରାଯାଉଛି । ଆପରେଟିଂସ୍ ପାଇଁ ତାଲିମ୍ ସମୟ ସୀମା ସର୍ବନିମ୍ନ ୬ ମାସରୁ ସର୍ବାଧିକ ୩୬ ମାସ କରିବା ଳାଗି ଯୋଜନା ରହିଛି । ୨୪ ମାସର ପାଠ୍ୟକ୍ରମକୁ ଇଛାଧୀନ ଟ୍ରେଡ୍ ଏବଂ ୩୬ ମାସର ପାଠ୍ୟକ୍ରମକୁ ଡେଜିନେଟେଡ୍ ଟ୍ରେଡ୍ ଭାବେ ଗ୍ରହଣ କରିବାକୁ ପ୍ରସ୍ତାବ ଦିଆଯାଇଛି ।”


