ମଳପୁରମ ପରେ ବିଳାସପୁରରେ ଗର୍ଭବତୀ ଗାଈକୁ ବିସ୍ଫୋଟକ ଗୋଳା

ସିମଳା : କେରଳର ମଳପୁରମ ପରେ ହିମାଚଳ ପ୍ରଦେଶରେ ପଶୁ ସହିତ ଅମାନବୀୟ ଘଟଣା ସାମନାକୁ ଆସିଛି । ବିଳାସପୁର ଜିଲ୍ଲାର ଝଂଣ୍ଡୁତା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଗର୍ଭବତୀ ଗାଇକୁ କେହି ଅଜଣା ବ୍ୟକ୍ତି ବିସ୍ଫୋଟକ କିମ୍ବା ଜଳନଶୀଳ ପଦାର୍ଥର ଗୋଳା ଖୁଆଇ ଦେଇଛି । ଯେଉଁଥିରେ କି ଗାଇଟି ସମ୍ପୂର୍ଣ୍ଣ ଲହୁ ଲୁହାଣ ହୋଇଯାଇଥିଲା । ଏହି ଘଟଣା ଦାହଟ ଗ୍ରାମରେ ଘଟିଛି । ପରେ ଗାଇର ମାଲିକ ଗୁରୁଦୟାଲଙ୍କ କହିବା ଅନୁସାରେ ପୋଲିସ ମାମାଲା ରୁଜୁ କରି ଛାନଭିନ ଚଳାଇଛି । ଗାଇର ମାଲିକ ତାର ପଡୋଶୀ ଏହି କାମ କରିଛି ବୋଲି ସନ୍ଦେହ ପ୍ରକାଶ କରିଛି । ତେବେ ଏବେ ସୁଦ୍ଧା କାହାରିକୁ ଗିରଫ କରାଯାଇ ନାହିଁ । ଏହି ମାମଲାରେ ପୋଲିସ ଫରେନସିକ୍ ରିପୋର୍ଟକୁ ଅପେକ୍ଷା କରିଛି । ଏହି ମାମଲାକୁ ଗାଇର ମାଲିକ ଅପଲୋଡ଼ କରିବା ଦ୍ୱାରା ଏହା ତିବ୍ର ଗତିରେ ଭାଇରାଲ ହେବାରେ ଲାଗିଛି । ଯାଂଚ ଅଧିକାରୀ ଓ ବିଳାସପୁର ଡିଏସପି ସଂଜୟ ଶର୍ମା ଶନିବାରଦିନ କହିଛନ୍ତି ଯେ, ଗାଇର ସ୍ୱାସ୍ଥ୍ୟରେ ସୁଧାର ଆସୁଛି । ଗାଇକୁ ତାର ମାଲିକର ଘରେ ପଶୁ ଡାକ୍ତର ନଜର ରଖିଛନ୍ତି । ଏହି ଘଟଣା ପରେ ଗାଇ ଏକ ବାଛୁରୀକୁ ଜନ୍ମ ଦେଇଛି । ସେ କହିଛନ୍ତି ଯେ, ଚାରା ଖାଇବା ଦ୍ୱାରା ଗାଇ ଲହୁ ଲୁହାଣ ହୋଇଛି । ଏହି ଘଟଣାକୁ ନେଇ ସାମ୍ପଲ ଫରେନସିକ ଯାଂଚ ପାଇଁ ପଠାଯାଇଛି । ଯାଂଚ ରିପୋର୍ଟ ଆସିବା ପରେ ଗାଇ ଆହତର କାରଣ ଜଣାପଡ଼ିବ । ସେ କହିଛନ୍ତି କି ଆଇପିସି ଧାରା ୨୮୫, ୪୨୯, ପଶୁ କ୍ରୁରତା ଅଧିନିୟମ ସେକ୍ସନ ୧୧ ରେ ଶୀଘ୍ର କେସ୍ ରୁଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ