ସଙ୍କଟରେ ହଜ୍‌ଯାତ୍ରା

ମକ୍କା: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ବଜାୟ ରଖିବା ଲାଗି ବହୁ ଦେଶରେ ଧାର୍ମିକସ୍ଥଳକୁ ବନ୍ଦ କରି ଦିଆଯାଇଛି। ଏପରିସ୍ଥଳେ ଚଳିତ ବର୍ଷ ମକ୍କା-ମଦିନାକୁ ଯିବା ପାଇଁ ଶ୍ରଦ୍ଧାଳୁଙ୍କ ଉପରେ କଟକଣା ଜାରି କରାଯାଇଛି। ଫଳରେ ହଜ୍‌ଯାତ୍ରା ଉପରେ ଦୀର୍ଘ ୨୨୨ ବର୍ଷ ପରେ ପୁଣିଥରେ ସଙ୍କଟ ଦେଖାଦେଇଛି। ପୂର୍ବରୁ ୧୭୯୮ରେ ହଜ୍‌ଯାତ୍ରାକୁ ରଦ୍ଦ କରାଯାଇଥିଲା। ୧୯୧୮ରେ ଫ୍ଲୁ ସମୟରେ ହଜ୍‌ ଯାତ୍ରାକୁ ବନ୍ଦ କରାଯାଇ ନ ଥିଲା। ତେବେ ଏବେ କୋରୋନା ସଙ୍କଟ ଯୋଗୁ ଏଭଳି ହେବାର ସମ୍ଭାବନା ରହିଥିବା କୁହାଯାଉଛି। ଭାରତୀୟ ହଜ୍‌ କମିଟି ପକ୍ଷରୁ ଯାତ୍ରା ବାତିଲ୍‌ କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କୁ ସମସ୍ତ ଟଙ୍କା ଫେରସ୍ତ ଦିଆଯିବ ବୋଲି କୁହାଯାଇଛି। ହଜ୍‌ ଯାତ୍ରା ନେଇ ସାଉଦି ଆରବ ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିବା ହଜ୍‌ କମିଟି କହିଛି। ଇତିମଧ୍ୟରେ ସାଉଦି ଆରବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫ ହଜାର ୭୦୦ ରହିଛି। ସେହିପରି ମୃତ୍ୟୁସଂଖ୍ୟା ୬୪୨ ଛୁଇଁଛି। କୋରୋନା ସଂକ୍ରମଣ ଯୋଗୁ ସାଉଦି ସରକାର ୨୦୨୦ ଫେବୃୟାରୀ ୨୭ରେ ଉମ୍‌ରା ଉପରେ କଟକଣା ଜାରି କରିଥିଲେ। ଏହାପରେ ମାର୍ଚ୍ଚରେ ହଜ୍‌ ଯାତ୍ରା ପ୍ରସ୍ତୁତି ଉପରେ ଅସ୍ଥାୟୀ ରୋକ ଲଗାଯାଇଥିବା ସାଉଦି ସରକାର କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ