ଶୀତଳେଶ୍ୱର ୟୁଥ କ୍ଲବ ପକ୍ଷରୁ ପ୍ରବାସୀଙ୍କୁ ସଚେତନତା ଓ କିଟ ବଂଟନ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କରୋନା ମହାମାରୀ କବଳରୁ ସାରା ପୃଥିବୀ କିପରି ଭାବେ ଲଢିବାରେ ଲାଗିଛି ତାହାର ପ୍ରତିଫଳନ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ପାଖଡ ପଂଚାୟତର ଶୀତଳପାଟଣା ଗ୍ରାମରେ । ଏହି ଗ୍ରାମର ଯୁବକମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀଶ୍ରୀ ଶୀତଳେଶ୍ୱର ୟୁଥ କ୍ଲବର କର୍ମକର୍ତ୍ତାମାନେ ଆଜି ଗ୍ରାମକୁଫେରିିଥିବା ପ୍ରବାସୀମାନଙ୍କୁ ସାକ୍ଷାତକରି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ସେମାନଙ୍କୁ ସାମାଜିକ ଦ୍ୱରତା ବଜାୟ ରଖିବାକୁ ଓ ମୁହଁରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେବା ସହିତ କୋଭିଡ-୧୯ ସୁରକ୍ଷା କିଟ ପ୍ରଦାନ କରିଛନ୍ତି । ଯୁବକମାନଙ୍କ ଏହି କାର୍ଯ୍ୟକୁ ଗ୍ରାମର ବୁଦ୍ଧିଜୀବିମାନେ ପ୍ରସଂଶା କରିଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ