ଗଞ୍ଜାମ ଜିଲ୍ଲାରେ ଜନସାଧାରଣ ଙ୍କୁ ସତର୍କ ରହିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଗଞ୍ଜାମ, (ଓ୍ବାଇଏନ୍ଏସ୍):ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଉଦବେଗଜନ ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଷ୍ଠୀ ସଂକ୍ରମଣ ହୋଇନଥିବା କୁହାଯାଉଥିବା ବେଳେ ବ୍ରହ୍ମପୁର ଜେଲ୍ ମଧ୍ୟରେ ଦୁଇ ଜଣ ବନ୍ଦୀଙ୍କ ନମୂନା ରିପୋର୍ଟ ପଜିଟିଭ୍ ଆସିଛି । ଜିଲ୍ଲାରେ ଏବେ ସଂକ୍ରମଣ ଆରମ୍ଭ ହୋଇଯାଇଛି । ବର୍ତମାନ ଠାରୁ ଜିଲ୍ଲା ପ୍ରଶାସନ ଓ ଜନସାଧାରଣ ସତର୍କ ନହେଲେ ଆଗକୁ ସ୍ଥିତି ଅସମ୍ଭାଳ ଓ ସାଙ୍ଘାତିକ ହେବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । ଆଜି ଓ ଗତକାଲି ଦୁଇ ଦିନ ମଧ୍ୟରେ ଜିଲ୍ଲାରେ ୬୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗ୍ରୀନ୍ ଜୋନ୍ ଥିବା ଗଞ୍ଜାମ ଜିଲ୍ଲାକୁ ବହୁ ସଂଖ୍ୟାରେ ପ୍ରବାସୀ ଫେରିବା ପରେ ଏହା ରେଡ଼୍ ଜୋନ୍ କୁ ଆସିଥିଲା । ତେବେ ଜିଲ୍ଲାରେ କରୋନା ସ୍ଥିତି କ୍ରମଶଃ ଅଣାୟତ ହେବାରେ ଲାଗିଛି । ଗତକାଲି ବ୍ରହ୍ମପୁର ଜେଲ୍ ରେ ଦୁଇ ଜଣ ବନ୍ଦୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏମକେସିଜି ମେଡ଼ିକାଲ କଲେଜ ହସ୍ପିଟାଲର କର୍ମଚାରୀ ମଧ୍ୟ କ୍ୱାରେଂଟାଇନରେ ରହିଥିବା କଲେଜ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ମିଶ୍ର କହିଛନ୍ତି । ସେହିପରି ସମସ୍ତ ସ୍ଥାନୀୟ ପଜିଟିଭ୍ ମାନେ ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ସଂସ୍ପର୍ଶରେ ଆସିଥିବାରୁ ଏମାନଙ୍କର ପଜିଟିଭ୍ ବାହାରିଥିବା ନେଇ ଜିଲ୍ଲାପାଳ ଟ୍ୟୁଟ୍ କରି ସୂଚନା ଦେଇଛନ୍ତି । ହେଲେ ଏପର୍ଯ୍ୟନ୍ତ ଜିଲ୍ଲାରେ କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ ବୋଲି ସେ କହିଛନ୍ତି । ବହୁ ସଂଖ୍ୟାରେ ପ୍ରବାସୀ ଫେରୁଛନ୍ତି ଏବଂ ସେମାନେ ହୋମ୍ କ୍ୱାରେଂଟାଇନରେ ରହୁଛନ୍ତି । ତେଣୁ ସମସ୍ତଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ହେବ । ଯଦି ଲକ୍ଷଣ ରହଛି, ତେବେ ଏହାକୁ ଲୁଚାନ୍ତୁ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ଗତକାଲି ସୁସ୍ଥ ହୋଇଥିବା ୮ ଜଣ ଘରକୁ ଫେରିଛନ୍ତି । ଇତିମଧ୍ୟରେ ଜିଲ୍ଲାରେ ୩୯୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ