ମୋଟାବାଡ଼ି ସେବା ସମବାୟ ସମିତି ସହକାରୀ ସମ୍ପାଦନା ନିଲମ୍ବିତ

ବୁଗୁଡା (ଅନିଲ କୁମାର ମହାରଣା) : ବୁଗୁଡା ବ୍ଲକ ଅନ୍ତର୍ଗତ ମୋଟାବାଡ଼ି ସେବା ସମବାୟ ସମିତି ସହକାରୀ ସମ୍ପାଦକ କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହୋଇଥିବା ଜଣାପଡିଛି। ମୋଟାବାଡ଼ି ସମବାୟ ସମିତିର ଦାୟିତ୍ୱରେ ଥିବା ସହକାରୀ ସମ୍ପାଦକ ବିନୋଦ କୁମାର ରାଉତ ଅଫିସ କାର୍ଯ୍ୟରେ ଅବହେଳା, ଚାଷୀଙ୍କ ଠାରୁ ଧାନ କ୍ରୟରେ ଅବହେଳା ପ୍ରଭୃତି କାରଣରୁ ସେହି ସମବାୟ ସମିତିର ଦାୟିତ୍ୱରେ ଥିବା ପ୍ରଶାସନ ଅଧିକାରୀଙ୍କ ଅର୍ଡର ନମ୍ବର ୭ ତାରିଖ ୨୧/୫/୨୦ ପ୍ରକାରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ସହକାରୀ ସମ୍ପାଦନା ଶ୍ରୀ ରାଉତ ମୋଟାବାଡ଼ି ସେବା ସମବାୟ ସମିତିର ସମସ୍ତ ଦାୟିତ୍ୱ ଭାରପ୍ରାପ୍ତ ସମ୍ପାଦକ ସନ୍ତୋଷ କୁମାର ଗୌଡ଼ଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ଶ୍ରୀ ରାଉତ ନିଲମ୍ବିତ ସମୟରେ ବୁଗୁଡା ଶାଖା ଆସିକା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ପରିଚାଳକ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ