ଗୃହ ଏଵଂ ନଗର ଉନ୍ନୟନ ପ୍ରମୁଖ ସଚିବଙ୍କ ଗଞ୍ଜାମ ଗସ୍ତ

ଛତ୍ରପୁର, (ଓ୍ୱାଇଏନ୍‌ଏସ୍‌): ଆଜି ଓଡିଶା ସରକାରଙ୍କ ଗୃହ ଏଵଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାଥାନାନ ଗଞ୍ଜାମ ଜିଲ୍ଲା ଗସ୍ତ କରି ଏସ. ଡବ୍ଲୁ. ଏମ ଅନ୍ତର୍ଗତ ଏମ. ସି. ସି ଏଵଂ ଏମ. ଆର. ଏଫ ର ସ୍ଟାଟସ ସମୀକ୍ଷା କରିଥିଲେ | ସହରାଞ୍ଚଳରେ ଶୁଖିଲା ଏବଂ ଓଦା ବର୍ଜ ବା ଅଦରକାରୀ ଵସ୍ତୁକୁ କିପରି ଉତ୍ତମ ପରିଚାଳନା କରି ବ୍ୟବହlର୍ଜ ଜିନିଷ ପ୍ରସ୍ତୁତ କରିହେବ ସେଥିପ୍ରତି ଫୋକସ କରିବାକୁ ଉପସ୍ଥିତ ସମସ୍ତ ଅର୍ବlନ ଲୋକାଲ ବୋଡିର ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି | ଏହାସହ ସହରାଞ୍ଚଳରେ କରୋନା ଯୋଗୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କୁ ବିଭିନ୍ନ କାମ ଯୋଗେଇ ଦେଇ ପାରିଶ୍ରମିକ ଦେବାକୁ କହିଛନ୍ତି | ଏହାଛଡା ଜାଗା ମିଶନ ରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ | ସହରାଞ୍ଚଳ କିପରି ସଦାସର୍ବଦା ସ୍ୱଛତା ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି | ରାସ୍ତା ପାର୍ଶ୍ୱରେ ପୋଡି ରହିଥିବା ବାଲି ଗୋଡି କୁ ତୁରନ୍ତ ସଫା କରିବାକୁ କହିଛନ୍ତି | ଏହା ବ୍ୟତୀତ ଖାଲି ପଡିଥିବା ଜାଗାରେ ସୃଚନ ଶକ୍ତି ସମ୍ପନ୍ନ ଚିନ୍ତା କରି ନୂତନ ଏଵଂ ସୁନ୍ଦର ପରିବେଶ ସୃଷ୍ଟି କରୁଥିବା ସ୍ଥାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ | ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମୁନିସିପାଲିଟି ଡାଇରେକ୍ଟର ସଂଗ୍ରାମଜିତ ନାୟକ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ, ବି.ଏମ. ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ପି. ଡି. ଡୁଡା ସୁଦାମ ଚନ୍ଦ୍ର ମଣ୍ଡଳ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ଏନ. ଏ. ସି ଏଵଂ ମୁନିସିପାଲିଟି ର କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ